STORYMIRROR

Sarojini Jena

Others

4  

Sarojini Jena

Others

ବାପା

ବାପା

1 min
342


(ବାପା) ହୃଦୟ ତାଙ୍କର ମାପିତ ହେବନି

ଗଭୀର ସେ ପାରାବାର,

ସର୍ବଦା ତାଙ୍କର ହୃଦୟରୁ ଝରେ

ସ୍ନେହର ଅମୃତ ଝର l


ସୂର୍ଯ୍ୟର ଉତ୍ତାପ ସହି ଯେ ପାରିଛି

ହୃଦୟ ତାଙ୍କର ବିଶାଳ,

ବର୍ଷାର ନିନାଦ ସହି ଯେ ପାରିଛି

ସେହି ଯେ ବାପା ହୃଦୟ l


ଶୀତ କାକରରେ ମଥା ଯେ ଧୋଇଛି

ହୃଦୟ ଯେ ପରିଷ୍କାର,

ସନ୍ତାନ ସୁଖରେ ସର୍ବଦା ଅଧିର

ଯିଏ ହୋଇଥାଏ ବାରବାର l


ଶରୀର ସୁଖକୁ ତେଜି ସେ ଦିଅନ୍ତି

ନିଦ୍ରା ହଜାଇ ରାତ୍ରେ,

ସୁନ୍ଦର ନୀଡ଼ଟେ ଗଢିଥାନ୍ତି ପୁଣି

କାଠି, କୁଟା କରି ଏକତ୍ରେ l


ସନ୍ତାନକୁ ଟିକେ ଖୁସି ଦେବାପାଇଁ

ଅସହ୍ୟ ଯନ୍ତ୍ରଣା ସହି ହୃଦୟ କରି ନରମ,

ଶାସନରେ ପୁଣି କଠୋର ହୁଅନ୍ତି

ଟପି ଯାନ୍ତି ଲକ୍ଷ୍ମଣଗାର ନିୟମ l


ପଦ ରଖି ସିଏ ତତଲା ବାଲିରେ

ସନ୍ତାନେ ସ୍କନ୍ଧରେ ରଖି,

କଣ୍ଟକର ପଥେ ରୁଧିର ନିଗିଡେ

ଯେବେ ଆହା କରନ୍ତି ସେ କି ସୁନ୍ଦର ଅଭିବ୍ୟକ୍ତି l


ନୀଳକଣ୍ଠ ସମ ବିଷ ପାନ କରି

ଯିଏ ସର୍ବଦା ବାଣ୍ଟନ୍ତି ଅମୃତ,

ସେ ହିଁ ବାପା ବିଶାଳ ହୃଦୟ

ତାଙ୍କର କିଏବା କଳିବ l


ବାପାଙ୍କର ଗାଳି ମଥାରେ ଯେ ବୋଳି

କରିଥାଏ ଭବିଷ୍ୟତ ଉଜ୍ବଳ,

ସଂସାରେ ତାରେ ସମସ୍ତ ସୌଭାଗ୍ୟ

ଆପେ ଆପେ ପ୍ରାପ୍ତ ହୁଏ ପୁଣ l


ପିତା ଙ୍କର ଦାନ ପିତାଙ୍କ ସେନେହ

କିଏବା ସୁଝି ପାରିବ,

ତାଙ୍କ ରକ୍ତ ବୀର୍ଯୟେ ଗଢ଼ା ଏ ଶରୀର

ତାଙ୍କ ପାଦେ ସଦା ମଥା ନଇଁବ ll


  


Rate this content
Log in