STORYMIRROR

Ajit Kumar Raut

Others

3  

Ajit Kumar Raut

Others

ବାପା

ବାପା

1 min
169


ଜ୍ଞାନ ପ୍ରତିମୂର୍ତ୍ତି ବାପା ହିଁ ମୋହର

ଧର୍ମ ବିଭୂଷିତ ପଥ ହି ଯାହାର,

କର୍ମେ ପଥଗାମୀ ସର୍ବଦା ତାଙ୍କର

ଭକ୍ତି ପରିପୂର୍ଣ୍ଣ ଜୀବନ ଯାହାର।୧।


ଭୁଲି ହେବ ନାହିଁ ତାଙ୍କ ଅବଦାନ

ସେବା ଭାବ ରହୁ ନିତ୍ୟେ ରହୁ ମନ,

ସର୍ବୋପରି ସେହୁ ଜୀବନେ ଚନ୍ଦନ

ଭକ୍ତି ରହୁ ସଦା ପଦେ ନିତିଦିନ।୨।


ପ୍ରେମ ଭକ୍ତି ଶ୍ରଦ୍ଧା ତାଙ୍କ ବିଭୂଷଣ

ନିଃସ୍ୱାର୍ଥର ସେବା କଲେ ଟି ଅର୍ପଣ

ସତ୍ୟପଥ ମାର୍ଗ ତାଙ୍କରି ଭିଆଣ

କର୍ମପଥ ଦେଲେ ପ୍ରାଣେ ଆଭୂଷଣ।୩।


ଶିକ୍ଷାର ଦର୍ପଣ ତାଙ୍କରି ଅର୍ପଣ 

ରାଷ୍ଟ୍ରଭକ୍ତି ସେବା ରାଷ୍ଟ୍ରକୁ ଜଡିଣ,

ଜନକଲ୍ୟାଣରେ ପ୍ରେରିତ କରିଣ

ଜନତା କଲ୍ୟାଣେ ବିତୁ ଏହି ପ୍ରାଣ।୪।


ତାଙ୍କ ଆଶୀର୍ବାଦ ଜୀବନେ ଚନ୍ଦନ

ତାଙ୍କରି ସେବାରେ କର୍ତ୍ତବ୍ୟରେ ମନ

ସମର୍ପଣ ଭାବ ଚରଣ ବନ୍ଦନ

ସେବାଭାବ ପଥ ରହୁ ନିତିଦିନ।୫।


ଜ୍ଞାନ ପ୍ରତିମୂର୍ତ୍ତି ବାପା ହିଁ ମୋହର

ଧର୍ମ ବିଭୂଷିତ ପଥ ହିଁ ଯାହାର,

କର୍ମେ ପଥଗାମୀ ସର୍ବଦା ତାଙ୍କର

ଭକ୍ତି ପରିପୂର୍ଣ୍ଣ ଜୀବନ ଯାହାର।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍