ବାପା
ବାପା
1 min
201
କର୍ମମୟ ଜଞାଳର
ଅବସର ସମୟରେ
ମନେ ପଡେ ବାପା ତୁମ କଥା
ତୁମେ ହାତଧରି ଚାଲିବା
ଶିଖେଇ ଥିଲ
ମାାଟିରେ ପଡିବା ଆଗରୁ
ତୁମେ ବଢାଇ ଦିଅ ତୁମ ହାତକୁ
ଦେହରୁ ରକ୍ତ ଝରିବା ଆଗରୁ
ତୁମେ ଲିଭେଇ ଦିଅ
ସବୁ ଯନ୍ତ୍ରଣାର ଉପସମ
ବାପା ତୁମେ ଶିଖେଇଛ
ଧୈର୍ଯ୍ୟଶୀଳ ହୋଇ
ସାଗର ପରି ବେଳାଭୂଇଁକୁ ଛୁଇଁବା
ଆଜି କାହିଁକି ବାପା ଚୁପ ହୋଇ ରୁହ ?
ଭାବକି ମୁଁ କଣ ଭୁଲ କଲି ବୋଲି
ଆଜି ବି ବାପା ମୁଁ ତୁମ ପାଖରେ ଛୁଆ
ଆଜି ବି ବାପା‐‐‐‐‐
