STORYMIRROR

Puspalata Jena

Others

4  

Puspalata Jena

Others

ବାପା

ବାପା

1 min
336

ବଢନ୍ତା ନଇକୁ ଲମ୍ଫଦିଏ ବାପା

ଝଡକୁ ଦେଖାଏ ପିଠି

ସନ୍ତାନ ସୁଖ ସଦା କାମ୍ୟତାର

ନଇଁଯାଉ ଅଣ୍ଟା ପିଠି ।୧

ବଟବୃକ୍ଷ ପରି ଦମ୍ଭେ ଠିଆହୋଇ

ସଭିଙ୍କୁ ବିତରେ ଛାୟା

କିଚିରି ମିଚିରି ଶାବକ ରବରେ

ମୁଖରିତ ତାରକାୟା ।୨

ବାପା ହିମାଳୟ ପରବତୁ ଉଚ୍ଚ

ଶତ୍ରୁଙ୍କୁ ରଖନ୍ତି ଦୂରେ

ଉଷୁମ ଶେଯରେ ଆମକୁ ଶୁଆଇ

ବୁଲନ୍ତି ଶୀତ କାକରେ ।୩

ଉପରକୁ ଟାଣ ଭିତର ନରମ

ନାରିକେଳ ସମକଥା

ତାଙ୍କ କଥାମାନି ଚଳିଲେ ସଂସାରେ

ନଇଁବନି କେବେ ମଥା ।୪

ସନ୍ତାନର ସୁଖ ବାପାଙ୍କର ଧନ

ଦୁଃଖେଯାଏ ଛାତିଫାଟି

ନିଜ ଦୁଃଖ କଷ୍ଟ ଚାପିରଖି ସଦା

ଆମ ପାଇଁ ହସୁଥାନ୍ତି ।୫

ଯେଉଁ ବାପାର ତ୍ୟାଗ ଯତନରେ

ହେଉ ଆମେ ପ୍ରତିଷ୍ଠିତ

ବୃଦ୍ଧାଶ୍ରମେ ଛାଡି କାମସାରି ଦେଉ

ଆମେହେଉ ପ୍ରଫୁଲ୍ଲିତ । ୬

ବାପା ମାଆ ଆମ ଚଳନ୍ତି ଠାକୁର

ତାଙ୍କସେବା ହେଉ ଧେୟ

ତାଙ୍କ ପଦତଳେ ମଥାନତ କଲେ

ସବୁଠାରେ ହୁଏଜୟ । ୭.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍