STORYMIRROR

Dipti lekha Mishra

Others

2  

Dipti lekha Mishra

Others

ବାପା ମୋତେ ନେଈଯାଅ

ବାପା ମୋତେ ନେଈଯାଅ

1 min
2.8K

ହେ ମୋ ପ୍ରିୟ ବାପା ମୋତେ

 ତୁମ ସାଙ୍ଗେ ଏଥର ନେଇଯାଅ

ଆଉ ଶାଶୁଘରେ ମନ ଲାଗୁନାହିଁ

ବିବାହରୀତି ସଂପୁର୍ଣ୍ଣ ହୋଇଗଲା

ତୁମ ସାଥେ ଏଥରକ ନେଇଯାଅ ॥


ଶାଶୁ ମୋର ଭାରୀ ଗୂଜୁଗୁଜିଆ

କଥାରେ କଥାରେ ଚିଡିଯାନ୍ତି

ଝିଅମାନଙ୍କୁ ଦେଖିଲେ ଫାଟିପଡନ୍ତି

ମୋତେ ଦେଖି କୁନ୍ଥେଇ ହୁଅନ୍ତି

ବାପା ତୁମ ସାଥେ ମୋତେ ନେଇଯାଅ ।


ଶ୍ବଶୁର ମୋର ଭାରୀ ଲୋଭୀ ଲୋକ

 ଖାଦ୍ଯ ସରିଯିବ ରାନ୍ଧନାହିଁ 

କହି ଗ୍ୟାସ ଲୁଚାଈ ଦିଅନ୍ତି 

ବୁଲା ବିକାଳୀଙ୍କ ଖାଦ୍ୟ ଲୁଟନ୍ତି

ବାପା ତୁମ ସାଥେ ମୋତେ ନେଇଯାଅ ।


ନଣନ୍ଦଟା ମୋର ଭାରୀ କୁଟୁକୁଟିଆ

ପିନ୍ଧାଲୁଗାକୁ ସେ ଲୁଚାଇଦିଅନ୍ତି

ଚୁଲାଜାଳ ବଢାଇ ଅପମାନ ଯାହା କରନ୍ତି

ବକର ବକର ହୋଈ ମୁଣ୍ତ ଖାନ୍ତି

ବାପା ତୁମ ସାଥେ ମୋତେ ନେଇଯାଅ ।


ଦିଅରଟା ମୋର ଭାରୀ ଅଳସୁଆ

ସପ୍ତାହକେ ପାଂଚଦିନ ଶୋଇ ରହନ୍ତି ପ୍ୟାଣ୍ଟସାର୍ଟ ବଦଳାଈବା ଭୁଲିଯାନ୍ତି

ଗୁଟଖା ମଦ ପିଇ ହାଙ୍ଗାମା କରନ୍ତି

ବାପା ତୁମ ସାଥେ ମୋତେ ନେଇଯାଅ ।


ଶାଶୁ ଙ୍କୁ ମୋର ଜନଗହଳି ଲୋଡା

ଜାଆ,ନଣନ୍ଦଙ୍କୁ ନିତି ଡାକୁଛନ୍ତି

ପିଲାପିଲି ମିଶି ତିରିଶି ହେଲେଣି

ତଥାପି ରୁଷା ଗୁମାନ କରି ରହୁଛନ୍ତି 

ମୋ ଭାଈ କି ଭଉଣୀ ଆସିଲେ

ଗହଳି ଘର ଆମର ବୋଲି କୁହନ୍ତି

ବାପା ତୁମ ସାଥେ ମୋତେ ନେଈଯାଅ ।


ମାମୁଁ ଶ୍ବଶୁର ଓ ମଉସା ଶ୍ବଶୁର ଆସି

ମାସେ ହେଲା ଗୁଣ୍ତା ଖାଇ ଖାଲି ବସିଛନ୍ତି

ମୁଁ ଖାଇଦେଲେ କେତେ ଟାପରା କରନ୍ତି

ବାପା ତୁମ ସାଥେ ମୋତେ ନେଇଯାଅ ॥


ତାଙ୍କ ଭାରିଜାଗଣ ମୋ ଲିପଷ୍ଟିକ ପାଉଡର ଲୁଚାଇ ପ୍ରୋଗ୍ରାମ ଖାଲି ବୁଲୂଛନ୍ତି 

ମୋ ଶାଢୀ ସାଲୱାର ପିନ୍ଧି ଚିରିଦିଅନ୍ତି

ମୁଁ ସଜ ହେଲେ ଟହଲମାରୀ କହନ୍ତି

ବାପା ତୁମ ସାଥେ ମୋତେ ନେଇଯାଅ ।


Rate this content
Log in