STORYMIRROR

srikant behera

Others

2  

srikant behera

Others

ବାପା ବୋଉ

ବାପା ବୋଉ

1 min
121


ବାପା ବୋଉ ମୋର  ଚଳନ୍ତି ଦେବତା 

    ହସିଦେଲେ ସୁଖ ବରଷେ 

ଦୁଃଖର ଅନ୍ଧାର   ହଜିଯାଇ ଏଠି 

    ସୁନ୍ଦର କିରଣ ଦିଶେ ।।


ରଥରେ ବିଜୟୀ  ତିନି ଦିଅଁ ପରି 

    ରହିଛନ୍ତି ଆମ ଘରେ 

ସୁଖର ଲହରୀ  ପାଖେ ଥାଏ ଆମ 

    ଦୁଃଖ ଆସିବାକୁ ଡରେ ।।


ସବୁବେଳେ ମୁହିଁ  ପୂଜୁଥିବି ତାଙ୍କୁ 

    ଯେତେ ଦୁଃଖ ପଛେ ଆସୁ

ବଡ ଦାଣ୍ଡ ଧୂଳି   କଳପ ମୂଳରୁ 

    ନିର୍ମାଲ୍ୟ ନିର୍ମାଲ୍ୟ ବାସୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍