STORYMIRROR

SUKANTA KHANDA

Others

4  

SUKANTA KHANDA

Others

ବାପା ଆଉ ମାଆ

ବାପା ଆଉ ମାଆ

1 min
359


ବାପାଙ୍କ ନାଲି ଆଖି ଆଉ ମାଆଙ୍କ ପଣତ କାନି

ଏ ଦୁଇଟି ସନ୍ତାନର ଦୀର୍ଘ ଭବିଷ୍ଯତ।


ନାଲି ଆଖି ଶାସନର ପ୍ରତୀକ

ପଣତ କାନି ସୁରକ୍ଷାର ବଳୟ।


ବାପା ଦୀର୍ଘ ଭବିଷ୍ଯତ କାମନା କରେ

ମାଆ ସାମାନ୍ଯ ଆଘାତ ସହି ପାରେକି ?


ପଣତ ଢାଲଟିଏ ବୋଲି ତ

ତା'ପାଖରେ ପୃଥିବୀର ସବୁ ଅସ୍ତ୍ର କାଟୁ କରେ ନାହିଁ।


ବାପା ଜ୍ଞାନର ପ୍ରଦୀପ 

ଅଥଚ କଠୋର ଯେମିତି 

ନଡି଼ଆର ଭିତର ବାହାର।


ମାଆ ସ୍ନେହ ଆଉ ପ୍ରେମ କାଙ୍ଗାଳୁଣୀ

ବାତ୍ସଲ୍ଯରେ, ମମତାରେ

ସନ୍ତାନର କିଛି ବି ହୋଇଯାଉ 

ସହି ପାରେନା କି ରହି ପାରେନା।


ସତରେ ! 

ମାଆଙ୍କର ପଣତ କାନି ଅମୃତଠୁ ବଳି

କୋଟି ପୂଣ୍ଯ ଫଳ ସ୍ବରୂପ

ଲୁଚିବା ହୁଏ

ଶାନ୍ତିରେ ଶାନ୍ତିରେ।


କହନ୍ତୁ ତ ଆପଣମାନେ

ଜୀବନରେ କିଏ ବାଦ ପଡି଼ ଯାଇଛନ୍ତି

ମାଆଙ୍କ ପଣତ କାନି ତଳେ ଲୁଚି଼ବା କି

ବାପାଙ୍କର ଭୟଙ୍କର ନାଲି ଆଖିରୁ

ତ୍ରାହି ପାଇବା ?

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍