STORYMIRROR

Lalita Jena

Others

3  

Lalita Jena

Others

ବାନ୍ଧବୀ ପାଇଁ ଅଭିନନ୍ଦନ ପତ୍ର

ବାନ୍ଧବୀ ପାଇଁ ଅଭିନନ୍ଦନ ପତ୍ର

1 min
13.9K


ଯେତେ ଦୂରେ ଠାରୁ ସାଙ୍ଗ ଲୋ

ମୋର ସେନେହ ନବୁ

ଯେତେ ବାଧା ଆସୁ ଜୀବନେ କେବେ

ଭୁଲି ନ ଯିବୁ

ଏ ଜୀବନ ପାଣି ଫୋଟକା

କ୍ଷଣେ ମିଳାଇ ଯିବ

ଯିବ ଚାଲି ଯିବ ଶବଟା

ଏଠି ପଡି ରହିବ

ଜୀବନରେ କେବେ କରିବ ନାହିଁ ଲୋ

ମାନ କି ଅଭିମାନ

ଛୋଟ ଛୋଟ ଯେତେ କଥାରେ

କରିବା ନାହିଁ ଗୁମାନ

ଦେଲେ ନେଲେ ସିନା ସାଙ୍ଗ ଲୋ

ଆମର ଧନ ସରିବ

ମଧୁର ବଚନେ ଆମେ ଲୋ

ହେବେ ନାହିଁ ଗରିବ

କ୍ଷୀର ସଂଗେ ନୀର ଯେମିତି

ଆମ ସମ୍ପର୍କ ଥିଲା

ଏ ଦଇବ ଆମକୁ କାହିଁକି

ସେତ ଅଲଗା କଲା

କଥା ଦେଇଥିଲେ ସାଙ୍ଗ ଲୋ

ଆମେ କାଳ କାଳକୁ

ଯିଏ ଯାହା ବାଟେ ରହିଲେ

ଯିଏ ଯେତେ ଦୂରକୁ

ଲିଭି ଆସିଲାଣି ଜୀବନ ପ୍ରଦୀପ

ସରି ଆସିଲାଣି ଆୟୁ

ଅତୁଟ ରହିବ ଆମରି ବନ୍ଧୁତ୍ୱ

ହସ ଖୁସିରେ ଜୀବନ ଯାଉ

ମୋର ଜଗନ୍ନାଥ ପାଦେ ମିନତୀ

ତୁମ ଚଲା ପଥରେ

ପୁଷ୍ପ ବୃଷ୍ଟି କରୁ ଥାନ୍ତୁ ଲୋ

ରହି ନୀଳା ଚଳରେ


Rate this content
Log in