STORYMIRROR

Sachidananda Kar

Others

3  

Sachidananda Kar

Others

ବାଲିଯାତରାରେ

ବାଲିଯାତରାରେ

1 min
233

ବାଲିଯାତରାରେ

ବୁଲୁବୁଲୁ ମନ ମଜେଇ

ଲୋକଗହଳିରେ

ମାଆଙ୍କୁ ଦେଲି ମୁଁ ହଜେଇ ।।


ଏକା ଏକା ହୋଇ

ଖୋଜିଲି ମୁଁ କେତେ ତାହାଙ୍କୁ

ପଚାରିଲି ଖାଲି

ପାଖରେ ପାଇଲି ଯାହାକୁ ।।


ମାଆଙ୍କୁ ମୋ କେହି

ଦେଖିଛକି ମୋତେ କୁହରେ

ତାଙ୍କ ବିନା କିଏ

ପୋଛିବ ମୋ ଆଖି ଲୁହରେ ।।


ମାଆ ପୁଅ ଦୁହେଁ

ଆସିଥିଲୁ ଆମେ ଯାତକୁ

ବୁଲୁଥିଲି ମୁହିଁ

ସାଥେ ଧରି ତାଙ୍କ ହାତକୁ ।।


ଖସିଗଲା ହାତ

ଛାଡି ଗଲେ ସିଏ କାହିଁରେ

ମାଆ ମାଆ ଡାକି

ସେବେଳୁ ବୁଲୁଛି ଭାଇରେ ।।


ଖୋଜିଦିଅ କେହି

ପାଉନାହିଁ ତାଙ୍କୁ କେଉଁଠି

ଏଇ ସେଇ ଜାଗା

ଛାଡିଥିଲି ହାତ ଯେଉଁଠି ।।


ଏତିକିବେଳକୁ

କହିଲେ କେ' କାନେ ମୋହର

ଆରେ ଧନ ମୋର

ଏଇଠି ମୁଁ ମାଆ ତୋହର ।।


ମାଆଙ୍କୁ ହଜେଇ

ଢାଳୁଥିଲି ଲୁହ ଦୁଃଖରେ

ପାଇ ମୁଁ ତାହାଙ୍କୁ

ଯାତରୁ ଫେରିଲି ସୁଖରେ। ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍