Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ବାକ୍ୟ ଦେବୀ ନମସ୍ତୁତେ

ବାକ୍ୟ ଦେବୀ ନମସ୍ତୁତେ

1 min
524


o ବାକ୍ୟ ଦେବୀ ନମସ୍ତୁତେ

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ସ୍ଵାଗତ ବନ୍ଦନା ଗୀତ ପ୍ରକୃତି ହୋଇ ମୋହିତ

• ପଞ୍ଚମ ତାନରେ ପରଭୃତ ସ୍ଵରେ କରେ ଧରା ନିନାଦିତ

• ହୋଇଉଠେ ଗୁଞ୍ଜରିତ ଭ୍ରମର ଗୁଞ୍ଜନ ଶବ୍ଦ

• ଶୁଭ୍ରବୀଣା ସ୍ଵର ବାଜିଉଠିଲାକି ଏମାନ ହୁଏ ପ୍ରତିତ

• ମାଘ ଶୁକ୍ଳ ପଞ୍ଚମୀ ରେ ବିଜେ କରିବେ ମହୀରେ

• ବୀଣାପାଣି ନୀରା-ଜନା ପାଇଁ ଜନ ଜୀବନ ହୁଏ ପ୍ରସ୍ତୁତ ।।


• ଶୀତଳ ଚୋରା ବସନ୍ତ ହୋଇଆସେ ପ୍ରବାହିତ

• ଦୂର୍ବାଦଳ ଶିରେ ଶୀତ ସିକ୍ତ ଜଳ ମୁକ୍ତା ପରାୟ ଶୋଭିତ

• ଦିଗପାଳ ମାନ ମିଳି ହାତରେ ମୁକୁତା ମାଳି

• ସତେ ଭଗବତୀ ଗଳାରେ ଲମ୍ବାଇ କରୁଅଛନ୍ତି ସ୍ଵାଗତ

• ବସନ୍ତ ପଞ୍ଚମୀ ତିଥି ଆସ ଆସ ମହାଦେବୀ

• ଏ ଘୋର ଅଜ୍ଞାନ ଅନ୍ଧାର କାଳେ ଜାଳି ଦେଇ ଜ୍ଞାନଦୀପ ।।


• ଶୁଭ୍ର ରଜତ ବରନା ଶ୍ଵେତ ପୁଷ୍ପ ପଦ୍ମାସନା

• ଶ୍ଵେତ ହଂସ ରୁଢା ବିଦ୍ୟାପ୍ରଦିୟିନୀ ବିଷ୍ଣୁ ପାଟରାଣୀ ମାତ

• ଶ୍ଵେତାମ୍ଵର ପରିହିତ ବୀଣା ପୁସ୍ତକ ଶୋଭିତ

• ଦେବୀ ବାଣୀ ,ବୀଣାପାଣି ସରସ୍ଵତୀ ତୋ ପଦେ ଚିର ଆଶ୍ରିତ

• ପ୍ରଫୁଲ୍ଲ ଶୁଭ୍ର ଫୁଲରେ ବନ୍ଦେ ସେ ପଦ୍ମ ପୟରେ

• ଜ୍ଞାନଦାତ୍ରୀ ମହାମାୟୀ ଶାରଦେ ବାରେ ଦୟାକର ଜଗନ୍ମାତ ।।



Rate this content
Log in