Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

subrat kumar jena

Others

3  

subrat kumar jena

Others

ବାକ୍ୟ ବୀର

ବାକ୍ୟ ବୀର

1 min
242



ଆସ ଆମେ ଜଣେ ବାକ୍ୟ ବୀର ହେବା,

ପ୍ରତି ମୁହୂର୍ତ୍ତରେ ସମ୍ବିଧାନର ଦ୍ୱାହି ଦେଇ,

ହିନ୍ଦୁତ୍ୱ ବିରୋଧରେ ଜିଭ ଲହ ଲହ କରିବା ।

ନିଜର ଶସ୍ତା ପ୍ରତିପତ୍ତିକୁ ଦେଖାଇବାକୁ ଯାଇ,

ଅନ୍ୟମାନଙ୍କ ଆଖିରେ ଆଙ୍ଗୁଳି ଗେଂଜି,

ପ୍ରଭୁ ରାମଙ୍କୁ କେବେ କେବେ ବଳତ୍କାରି ସଜେଇବା ।

ନିଜ ନିଜର ପଖାଳ କଂଶାକୁ ଲାତ ମାରିବା,

କେତେ ସୁଆଗରେ ମ୍ୟାଗି ଚାମିନିକୁ ଖାଇ,

ଦରକାର ପଡ଼ିଲେ ବିଦେଶୀ ସଂସ୍କୃତିକୁ ଆପଣେଇ ନେବା ।

କଣ ନାଁ କଥା କଥାକେ ତୁଚ୍ଛା ବାହସ୍ପଟ ମାରିବା,

କେବେ ପୁଣି ଦେବୀ ସୀତାଙ୍କୁ ଧର୍ଷିତା କହି,

ନିଜ ଆତ୍ମ ସନ୍ତୋଷକୁ ଡିଣ୍ଡିମ ବାଡେଇ ପ୍ରଚାର କରିବା ।

ଲାଭ କଣ ସେପରି ସନ୍ତାନରେ ଗଣା ହେବା,

ନିଜ ଜନ୍ମଦାତ୍ରୀ ବାପା ମାଆଙ୍କୁ ଛାଡି,

ପଡୋଶୀ ଅଙ୍କଲ ଆଣ୍ଟିକୁ ମୁଣ୍ଡେ ବସେଇବା ।

ନିଜ ନିଜର ସଂସ୍କୃତି ସଭ୍ୟତାକୁ ବିକି ଦେବା,

ନିଜ ନିଜର ଗୋଡ଼ ଟଣା ଟଣି ହୋଇ,

ହିନ୍ଦୁ ଧର୍ମର ବିଚ ରାସ୍ତାରେ ଇଜ୍ଜତ ନେବା ।

ସବୁ ପରେବି ଦୋ ମୁହାଁ ସାପ ପରି ହୋଇବା,

ନିଜ ସ୍ୱାର୍ଥ ସନ୍ତୋଷ ପ୍ରାପ୍ତି ଲାଗି,

ଅଧର୍ମୀଙ୍କ ଗୋଟେ ବଡ଼ ଗୋଷ୍ଟି ଗଢିବା ।

ସାମୁହିକ ସ୍ୱାର୍ଥକାମରେ ଦିନଟେ କିଛି ନକରିବା,

ହେଲେ କୁତ୍ରିମ ଆବରଣର ପୋଷାକ ପିନ୍ଧି,

ନଙ୍ଗୁଳି ନାଚକୁ ସମର୍ଥନ କରି ବାକ୍ୟ ବୀର ହେବା ।

କିଛି ନ ମିଳିଲା ନାହିଁ,

ପୁଳେ ମିଛ ଆତ୍ମସନ୍ତୋଷ ପାଇବା,

ପଛେ ଆଖି ବନ୍ଦ କରି ଇଜ୍ଜତକୁ ବିକ୍ରି କରିବା,

ଆସ ଆମେ ଜଣେ ଜଣେ ବାକ୍ୟ ବୀର ହେବା ।।।।



Rate this content
Log in