Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalish Chandra Parhi

Others

3  

Kalish Chandra Parhi

Others

ବାକିଅଛି ଆହୁରିଅନେକ

ବାକିଅଛି ଆହୁରିଅନେକ

1 min
153



( ପୂର୍ବ ପ୍ରକାଶିତ ଉତ୍ତାରୁ )

ଯମଦୂତ--------


କଥାତ କହୁଚ ବଡ ସତେଯେହ୍ନେ

ମେଘର ଡମ୍ବରୁ,

ମରଣକୁ ଏତେଭୟ କରୁଅଛ

କିଆଁଆରେ ଭୀରୁ ।

ସୃଷ୍ଟିର ନିୟମଯଦି ବଦଳାଇ

ଦେବ କୁହ ତୁମେ,

ତେବେତ ଯମକୁ ଛାଡି ଶରଣରେ

ଯିବୁସବୁ ଆମେ ।

ଏଇକ୍ଷଣି ପଠାଉଛୁଁ ବାର୍ତ୍ତାଆମେ

କୃତାନ୍ତ ପୁରକୁ,

ସ୍ବୟଂଆସି ମୃତ୍ୟୁଦେବନେଇଯିବେ

ଏଠାରୁ ତୁମକୁ ।


ବ୍ୟକ୍ତି-------

ଡାକସେଆସନ୍ତୁନିଜେଚିତ୍ରଗୁପ୍ତ

ପାଞ୍ଜିସହ ଏଥି,

କେମିତି ସେ ପାଞ୍ଜିକାର କେମିତି ସେ

ଧରିଛନ୍ତି ନଥି ।

ଯମଦୂତ.........


ହେଯମ ଦେବତାଆସ ଆସଶୀଘ୍ର

ଏ ମର୍ତ୍ତ୍ୟ ପୁରକୁ,

ସାମାନ୍ୟ ଏ ମଣିଷଟା ଘର୍ମାସିକ୍ତ

କଲାଣି ଆମକୁ ।


ଯମ.......

ମରଣ ପଥରଯାତ୍ରୀ କାହିଁକିହେ

କରୁଛ ପ୍ରଳାପ,

ବିଧାତାର ସୃଷ୍ଟିପ୍ରତି ଅଯଥାରେ

କରୁଛ ଆକ୍ଷେପ ।


ବ୍ୟକ୍ତି.........

ଆକ୍ଷେପ ମୁଁ କରୁନାହିଁଆହେଦେବ

ଘେନମୋ ଦୟିନୀ,

ଭଲକରିଯାଣିଚି ମୁଁ ଆୟୂମୋର

ଏବେବି ସରିନି ।

ବଳାତ୍କାରେ ବାନ୍ଧିଛନ୍ତି ଦୂତଗଣ

ଗଳେମୋର ଫାଶ,

ଆଉଥରେ ଭଲକରି ଚିତ୍ରଗୁପ୍ତ

ଠାରୁ ବୁଝିଆସ ।

ସଂଶୟ ଜାଗିଚିମୋର ଚିତ୍ତପଟେ

ଚିତ୍ରଗୁପ୍ତ ଠାରେ,

ସଂଗତେ ଯିବି ମୁଁ ସ୍ବୟଂପାଞ୍ଜିବିଡା

ଦେଖିବି ନେତ୍ରରେ ।

ଯମ.......

ଚାଲମୋର ନାହିଁଦ୍ବିଧା ହେବତୁମ

ସଂଶୟ ମୋଚନ,

ବ୍ୟକ୍ତି........

ଭୁଲ୍ ଥିଲେ ମୋତେଆଣିଛାଡିଦେବ

ମୋହର ଭୂବନ ।

ଯମ.......

ନିଶ୍ଚୟ ନିଶ୍ଚୟ ଏହା କରନାହିଁ

ଅନ୍ୟଥା ଶୋଚନା,

ବ୍ୟକ୍ତି........

ମୋଚାରିପାଖରେ ଦେଖମୋଆତ୍ମୀୟ

ଭୋଗନ୍ତି ଯାତନା ।

ଯମ.......

ଦେଖୁଚିମୁଁ ଦିବ୍ୟନେତ୍ରେକୁହନାହିଁ

ଅଧିକ ଛଳାଇ,

ବିଧିର ବିଧାନ ଅବା ପାରିବିକି

କେବେମୁଁ ଏଡାଇ ।

କ୍ରମଶଃ............।


କୈଳାସ ଚନ୍ଦ୍ର ପାଢୀ ।କୁମାରପୁର।


Rate this content
Log in