STORYMIRROR

Paramita Sarangi

Others

5.0  

Paramita Sarangi

Others

ବାକି ପୃଷ୍ଠା

ବାକି ପୃଷ୍ଠା

1 min
10.7K


ଶୀର୍ଷକ"ବାକି ପୃଷ୍ଠା"


ସେଦିନ ଘଣ୍ଟା ଟି ଥିଲା ନନାଙ୍କ ହାତରେ

ଆଉ ମୋ ସହ ଥିଲା ସମୟଟା

ଜଣା ନାହିଁ ସେ ଘଣ୍ଟାଟା

ଓ ମୋ ସହ ଥିବା ସମୟ

କୁଆଡେ କେମିତି ମିଳେଇ ଗଲା

ମୁଁ ଠକି ହୋଇ ଗଲି କି?

କାଦୁଆ ମୁହୂର୍ତ୍ତ ଲେସି ହୋଇ ଗଲାଣି

ପରଳ ପଛପଟେ

ଦେଖ ତ ହରପ୍ପା ର ନର୍ତ୍ତକୀ ଟି କୁ

ଆଜି ବି ସେ ଠିଆ ହୋଇଛି ସେମିତି


ଆରମ୍ଭ ଆଉ ଶେଷ ପୃଷ୍ଠା

ପୁରା ଭରି ଦେଇ ପଠାଇ ଦେଇଛି ସେ

ବାକି ପୃଷ୍ଠା......

ସେ ସରୁ ତାର ଡେଇଁ

ସତରେ କ'ଣ ମୁଁ ଭରି ପାରିଛି କିଛି ପୃଷ୍ଠା?

ଠାକୁର ଘରେ ଜଳୁ ଥିବା ଦୀପ ଟା ବି

ଚାହିଁ ରହିଛି ପୂର୍ବ ଦିଗକୁ


ଏବେ ନା ଦିନ,ନା ରାତି

ମୋ ଆତ୍ମା କୁ କିଏ ଟାଣି ଚାଲିଛି,

ମୋ ଦେହ ରୁ ମୋ ନିଃଶ୍ବାସ କୁ

ଖରା ପରି କିଛି ଗୋଟେ

ପଶି ଆସିଲାଣି ବନ୍ଦ ଝରକା ଦେଇ

ସେଇ ଟିକକ ଆଲୁଅ ଭିତରେ

କେତେ ଗୁଡିଏ ଶବ୍ଦ ଙ୍କ ସହ ଯାଉଛି

ଏଡାଇ ନ ପାରିବାର

ଅପାରଗତାକୁ ନେଇ


ଯିବ ମୁଁ, ଯିବାକୁ ପଡିବ

ହଁ କି ନାଁ

କିଏ ବା ପଚାରୁଛି

ଅବଧି ସରି ସରି ଗଲାଣି

ଏଇ ଦେଖ , ଆଲାର୍ମ ଟା ବି

ବାଜିବାରେ ଲାଗି ଗଲାଣି।


ପାରମିତା ଷଡ଼ଙ୍ଗୀ।

ମୋ_୯୮୬୭୧୧୩୧୧୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍