STORYMIRROR

Subhalaxmi Das

Others

5.0  

Subhalaxmi Das

Others

ବାକି ଅଛି କଥା କିଛି

ବାକି ଅଛି କଥା କିଛି

1 min
619


ପୂର୍ଣ୍ଣଚ୍ଛେଦ ପକେଇବାକୁ !!!!

ସୁଯୋଗ ଓ ସଂଯୋଗ,

ଉଭୟ ପକ୍ଷରୁ ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଥିଲା,

ତଥାପି ବାକି ଅଛି କଥା କିଛି.....

ହୃଦୟର ଶୂନ୍ୟତା ମଧ୍ୟେ ଲୁଚକାଳି ଖେଳିବାକୁ,

ନା ବୟସ ଅଛି....ନା ସେ ଯୌବନ ଅଛି,

ତଥାପି ବାକି ଅଛି କଥା କିଛି.....

ଅଦିନିଆ କାଳବୈଶାଖୀର ସାମ୍ନାରେ ହାର ମାନିଛି,

କିନ୍ତୁ କେବେ ବି,

ଅସଂଯମତାର ଲାଞ୍ଛନା ସହ୍ୟ କରିନାହିଁ

ତୁମେ ଯେଉଁ ନୈସର୍ଗିକ ପ୍ରେମର ପ୍ରଦୀପଟିଏ

ମୋ ହୃଦୟ ଅଗଣାରେ ପ୍ରଜ୍ଜ୍ବଳିତ କରିସାରିଥିଲ....

ସେହି ପ୍ରେମର ଦ୍ୱାହି ଦେଇ, ଅପ୍ରାକୃତିକ ଆବରଣ ମଧ୍ୟରେ

ମୁଁ ବଞ୍ଚିବାର ପ୍ରୟାସ କରୁଛି, କାହିଁକି ନା....

ବାକି ଅଛି କଥା କିଛି.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍