STORYMIRROR

Niranjan Sahu

Others

3  

Niranjan Sahu

Others

ବାଜା ବଜେଇବି ମୁଇଁ

ବାଜା ବଜେଇବି ମୁଇଁ

1 min
187

ମାଦଳ ବାଜିବ ଧରଣୀ ହସିବ

ବର୍ଷା ରାଣୀ ଯେବେ ଆସିବ

ଚାଷୀ ହସିବ କ୍ଷେତ ହସିବ

ବର୍ଷା ରାଣୀ ଯେବେ ଝରିବ ।


ମୟୁର ନାଚିବ ବେଙ୍ଗ ରାବିବ

ମେଘେ ଇନ୍ଦ୍ରଧନୁ ଦିଶିବ

ଧରଣୀ ମାଆ ମୋ ଶୀତଳ ହୋଇବ

ବର୍ଷା ରାଣୀ ଯେବେ ବାସିବ ।


ବୋହୁ ବେଶ ସାଜି ବର୍ଷା ଆସିବ

ବାଦଲ ଓଢଣା ଦେଇ

ସ୍ୱାଗତ କରିବ ଧରଣୀ ମାଆ ମୋର

ବାଜା ବଜେଇବି ମୁଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍