STORYMIRROR

Sunanda Mohanty

Children Stories Action Others

3  

Sunanda Mohanty

Children Stories Action Others

ବାଇଚଢ଼େଇ

ବାଇଚଢ଼େଇ

1 min
137


ଆ ଆରେ ବାଇଚଢେଇ

ତୋ ମାଆ ଯାଇଛି ଗାଇ ଚରେଇ

ଆସିଲେ ଆଣିବ ତୋ ପାଇଁ ବେଲ

କୋଳରେ ବସାଇ କରିବ ଗେଲ

ଆ ଆରେ ବାଇ ଚଢେଇ

ତୋ ମାଆ ଯାଇଛି ଉଡ଼ି ଉଡ଼ିକା

ଆସିଲେ ଦେବସେ ଖୁଦ କଣିକା

କରିବ ତତେ ସେ ନାଉ ନାଉକା

କହିବ କଥା ଶୁଣି ହଲାଇ ମଥା

ଶୋଇବୁ ମାଆର ଉଷୁମ କୋଳେ

ଦେବସେ ଆଧାର ଯିବା ଆସିବା ବେଳେ

ଆ ଆରେ ବାଇ ଚଢେଇ

ତୋ ମାଆ ଯାଇଛି ହଳ କରଇ

ଜମିରେ ରୋଇବ ସୁନାର ଧାନ

ତତେ କହୁଥିବ ମୋ ସୁନାଧନ

ଖାଇବୁ ଭାତ ଦେଖିବୁ କାଳିଆ ସାଆନ୍ତ

ଆ ଆରେ ବାଇ ଚଢେଇ

ତୋ ମାଆ ଯାଇଛି ନଉକା ନେଇ

ବିଦେଶୁ ଆଣିବ ଭଳି ଭଳି ଦରବ

ପାଇ ତୁ ଖେଲିବୁ କହିବୁ ଆସରେ ସାଙ୍ଗ

ବର୍ଷାରେ ଭିଜିବ କାଗଜ ଡଙ୍ଗାର ନାବ

ଆ ଆରେ ବାଇ ଚଢେଇ

ତୋ ମାଆ ଆସିବ ଦେ ଦୁଆର ଫିଟାଇ।



Rate this content
Log in