ବାଇଚଢେଇ
ବାଇଚଢେଇ
ବାଇ ଚଢ଼େଇରେ ବାଇ ଚଢ଼େଇ
ତୋ ମା ଯାଇଛି ଗାଈ ଚରେଇ
ଗାଈରୁ ଆଣିବ ପାଚିଲା ବେଲ
କୋଳରେ ବସାଇ କରିବ ଗେଲ |
ବାଇ ଚଢ଼େଇରେ ବାଇ ଚଢ଼େଇ
ବାଆ କଲେ ବସା ଦୋହଲୁ ଥାଇ
ଖରା ବରଷାକୁ ନାହିଁ ତୋ ଡର
ତୁହି ପକ୍ଷୀ ଜାତି ଇଞ୍ଜିନିୟର |
ଟିକି ଡେଣାଟିରେ କେତେ ଯେ ବଳ
ଥଣ୍ଟଟି ତୋହର କରତ କଳ
ଆଖୁ ପତରକୁ ଯତନେ ଚିରି
ଥଣ୍ଟରେ କାମୁଡ଼ି ଆସୁ ବାହାରି |
ଉଚୁଆ ନଡ଼ିଆ ତାଳ ଗଛରେ
ବସା ବାନ୍ଧିଥାଉ ବଡ଼ ସଞ୍ଚରେ
ବରଷାରେ ପାଣି ପଶଇ ନାହିଁ
କୋଠରୀ କୋଠରୀ ହୋଇଛି ତହିଁ |
ପିଲା ଛୁଆ ତୋର ଖେଳିବା ପାଇଁ
ଦୋଳି ଲଗାଇଛୁ ବାଇ ଚଢ଼େଇ
ମନ ହୁଏ ତୋର ସାଥିରେ ଯାଇ
ହସି ଖେଳି ମଜା ନିଅନ୍ତି ମୁହିଁ |
ବିଜ୍ଞାନୀ ମଣିଷ ସବୁ ସାରିଲା
ବଣ ବୁଦା ଗଛ ପଦା କରିଲା
ଆଶ୍ରୟ ନପାଇ ଗଲୁ ପଳାଇ
ଦୁଃଖ କରେ ଆଜି ତୋହରି ପାଇଁ |
