Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

3.5  

BISWESWAR MAJHI

Others

ବାହୁନା ଗୀତ

ବାହୁନା ଗୀତ

2 mins
3.1K


ପାଞ୍ଚ ପୁଅରେ ମୁଁ ଗେହ୍ଲା ତୁମର ହେ ବାପା

ହାତ ଧରାଇଲ ପାତି ମାଙ୍କଡ ହେ ବାପା ।


ଚନ୍ଦ୍ରମା ମାଗିଲେ ଧରାଉ ଥିଲ ହେ ବାପା

ବର ବୋଲି ଦର ବୁଢା ବାଛିଲ ହେ ବାପା ।


କ୍ଷଣେ ନ ଦେଖିଲେ ହୁଅ ବାଇଆ ହେ ବାପା

କେଉଁଠୁ ମିଳିଲା ଝାଇଁ ଧଇଁଆ ହେ ବାପା ।


ଖୋଇଥିଲ କେତେ ଖିରି ଖିରିସା ହେ ବାପା

କାହୁଁ ପାଇବ ଏ ଚୁଚୁନ୍ଦ୍ରା ମୂଷା ହେ ବାପା ।


ଝିଅ ଡାକ ହେବ ସାତ ସପନ ହେ ବାପା

ଅଗନା ଅଗନି ବନ ଗମନ ହେ ବାପା ।


ଜନକ ନନ୍ଦିନୀ ରାମ ଘରଣୀ ଲୋ ବୋଉ

ଆଖି ଥାଉ ଥାଉ ହେଲୁ କି କାଣୀ ଲୋ ବୋଉ !


ସାତ ନଇ ପାରି ଦୂର ରାଇଜ ଲୋ ବୋଉ

ଦି ହାତ କରିଲେ ଗଲା ଗରଜ ଲୋ ବୋଉ ।


କେତେ ଶରଧାରେ ପାଳି ନଥିଲୁ ଲୋ ବୋଉ

ତଣ୍ଟି ଚିପି କାହିଁ ମାରି ନ ଦେଲୁ ଲୋ ବୋଉ। 


ଯୌତୁକରେ ଦେଲୁ ଖଟ ପଲଙ୍କ ଲୋ ବୋଉ

ମାଙ୍କଡ ବେକରେ ମୋତି ମାଣିକ ଲୋ ବୋଉ ।


କେତେ ଜତନରେ ଚୁଟି କୁଣ୍ଡାଉ ଲୋ ବୋଉ

ତେଲ ବିନା ହେବ ଋଷି ଜଟାଉ ଲୋ ବୋଉ ।


ବାଡିରେ ବଢିଛି ଢିଙ୍କିଆ ନାଉ ଲୋ ବୋଉ

ମଲେ ଗଲେ ଆଉ ଖୋଜିବୁ ନାହୁଁ ଲୋ ବୋଉ ।


କଟକ ଚାକିରି ଦେଲା ଭୁଲାଇ ହେ ଭାଇ

ରାକ୍ଷୀ ବନ୍ଧା ମାନ ରଖିଲ ନାହିଁ ହେ ଭାଇ। 


କିପରି ମୁର୍ଛିଲ ଗେହ୍ଲା ଭଉଣୀ ହେ ଭାଇ 

ପର କଲ ଦେଖି ଭାଉଜ ରାଣୀ ହେ ଭାଇ। 


ଘର ବର କୁଳ କେଉଁ ଗୁଣରେ ହେ ଭାଇ

ସମ୍ବନ୍ଧ ବାନ୍ଧିଲ ଆର କୋଣରେ ହେ ଭାଇ। 


ନାଆଁ ମୋର ପୋଛି ଦେବ ମନରୁ ହେ ଭାଇ

ଫେରିବି କି ଆଉ ଘୋର ବନରୁ ହେ ଭାଇ। 


ଭାଉଜ ନୁହେଁ ମୋ ଭଉଣୀ ବୋଲି ଲୋ ଭାଉଜ

ଭାବିଥିଲି ସିନା ଫଳ ପାଇଲି ଲୋ ଭାଉଜ। 


ବେଶ କରୁଥିଲ କେଡେ ଜତନେ ଲୋ ଭାଉଜ

ପେଲି ଦେଲ କେଉଁ ଅନ୍ଧାରୀ ବନେ ଲୋ ଭାଉଜ। 


ମଲା ଖବର କି ଆଉ ପାଇବ ଲୋ ଭାଉଜ

ବିଦା ସାଥେ ଶୁଦ୍ଧି କ୍ରିୟା କରିବ ଲୋ ଭାଉଜ ।


ଝିଅ ଲକ୍ଷ୍ମୀ ନୁହେଁ ବୋଝ ଗୋଟିଏ ଲୋ ଭାଉଜ

ବିଦା କରିଦେଲେ ଦାୟିତ୍ୱ ଯାଏ ଲୋ ଭାଉଜ। 


କରମ ସୁମରି ଯାଉଛି ଚାଲି ଲୋ ଭାଉଜ

ଦୋଷ ଗୁଣ ମୋର ଝୁରିବ କାଲି ଲୋ ଭାଉଜ। 


ଭାଇଙ୍କୁ ନେଇ ମୋ ସୁଖରେ ରୁହ ଲୋ ଭାଉଜ

ଗଳା ଧକ୍କା ଦେଇ ବିଦାୟ ଦିଅ ଲୋ ଭାଉଜ।


ଗାଆଁ ଆମ୍ଭ ତୋଟା ଦି ପହର ଲୋ ମକର

କାଞ୍ଜି ଆମ୍ବ ସାଥେ ଲୁଣ ଟାକର ଲୋ ମକର। 


ପଦ୍ମ ପୋଖରୀକୁ ଗାଧୋଇ ଯିବ ଲୋ ମକର

ଏ ନିରିମାଖୀକୁ ଆଉ ନ ଖୋଜିବ ଲୋ ମକର। 


ମକରରେ ଉଡେ ଗଗନେ ଗୁଡି ଲୋ ମକର 

ସାତ ନଇ ପାରି ଯାଉଛି ଛାଡି ଲୋ ମକର ।


ଗ୍ରାମ ଦେବତୀଙ୍କ ପାଦେ ଜୁହାର ଲୋ ମକର

ସବାରି ଯାଉଛି ଦୂରକୂ ଦୂର ଲୋ ମକର। 



Rate this content
Log in