STORYMIRROR

Budhadeba Nayak

Others

4  

Budhadeba Nayak

Others

ବାହୁଡ଼ାଯାତ୍ରା

ବାହୁଡ଼ାଯାତ୍ରା

1 min
284

ନଅ ଦିନ କାଳ ମାଉସୀଙ୍କ ଘରେ

          ପୋଡ଼ ପିଠା ଖାଇ ସାରି,

ଭାଇ ଭଉଣୀଙ୍କୁ ସାଥେ ନେଇ ଜଗା

          ଦେଉଳକୁ ଆସେ ବାହୁଡ଼ି 

ବରୁଣ ରାଜାର ଜୁଇଁପୁଅ ଆଜି

          ରତ୍ନ ସିଂହାସନ ଫେରୁଛି,

ବରୁଣଙ୍କ ଗେଲ୍ଲୀ ଦୁଲଣୀ ଦେଉଳେ

          ମନ ଉଣା କରି ବସିଛି  |

ଭାଇ ଭଉଣୀଙ୍କୁ ସାଥେ ନେଇ ପ୍ରଭୁ

            ଗୁଣ୍ଡିଚା କୁ ଗଲେ ବୁଲି,

ନଅ ଦିନ ଗଲା ବାହୁଡ଼େ କାଳିଆ

            ସବା ପଛେ ଝୁଲି ଝୁଲି |

ମାଉସୀ ପରଷା ଖାଇ ସିନା ଜଗା

            ବାହୁଡ଼ଇ ଆନନ୍ଦରେ,

ମାଆ ସାନ୍ତାଣି ବାଟ ନ ଛାଡ଼ିବେନି

           ଅଛନ୍ତି ଭୀଷଣ କୋପରେ |

ବାହୁଡ଼ଇ ଜଗା ଜନ୍ମବେଦୀ ଛାଡ଼ି

           ରତ୍ନବେଦୀ ଅଭିମୁଖେ

ଦେଉଳ କବାଟ କିଳି ଦେଇ ମହାଲକ୍ଷ୍ମୀ

            ଅଛନ୍ତି ବହୁତ ଦୁଃଖେ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍