STORYMIRROR

Pranati Mahapatra

Others

3  

Pranati Mahapatra

Others

ବାହୁଡାରଥରେଗଲାବାହୁଡି

ବାହୁଡାରଥରେଗଲାବାହୁଡି

1 min
13.6K



ବାହୁଡା ରଥରେ ବାହୁଡି ଯିବରେ

ଆଜି ମୋ ହୃଦ ରତନ,

ଆସି କରିଥିଲା କେତେ ଲୀଳାଖେଳା

ଭୁଲି ପାରୁନି ମୋ ମନ।

ଶରଧା ବାଲିରୁ ବଡ଼ଦେଉଳକୁ

ଯିବ ତା ଭକତ ମେଳେ,

ଶ୍ରୀହୀନ ହୋଇବ ମୋର ଏହି ପୁର

ଦୁଃଖେ ସେହିକଥା ଭାଳେ।

ଧନମାଳି ସିନା ଚାଲିଯାଉଅଛି

ଝୁରୁଥିବ ଏକା ଏକା,

ସଭିଙ୍କର ଦୁଃଖ ହରିନିଏ ସିନା

ତା ଲୁହ ସର୍ବ ଅଦେଖା।

ପୋଡପିଠା ଖାଇ ସ୍ନେହ ଶ୍ରଦ୍ଧା ନେଇ

ଫେରିବ ରତ୍ନ ଆସନେ,

ପୁଣି ଚାହିଁଥିବ ଆରବରଷକୁ

ଗଣୁଥିବ ମନେ ମନେ।


ପ୍ରଣତି ମହାପାତ୍ର

ବାଲେଶ୍ଵର


Rate this content
Log in