STORYMIRROR

Suresh chandra Padhy

Others

4  

Suresh chandra Padhy

Others

ବାହୁଡା଼

ବାହୁଡା଼

1 min
342


ବାହୁଡା଼ ଯାତ୍ରା ରେ ଝୁଲି ଝୁଲି ଆସ ମୋ କଳା ଠାକୁର

ତୁମେ ନାଚିବ ଭକତ ନାଚିବେ ଦେଖିବ ସାରା ସଂସାର

ନଅ ଦିନ ତୁମେ ଗୁଣ୍ଡିଚା ଘରେ ରହିଲ

ଦଶ ଅବତାର ବେଶ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଲ

ତୁମକୁ ଦେଖିବାକୁ କେତେ ଦୂରୁ ଆସିଛି

ତୁମ ପାଇଁ ଭକ୍ତି ଦୀପ ଜଳୁଛି

ତୁମ କୁ କହିବି ଦୁଃଖ ମୋହର

ତୁମ ବିନା କିଏ ବା ମୋ ନିଜର

ଦୁଃଖ ତୁମେ ବୁଝିପାର ଆହେ ଦୀନ ଦୁଃଖ ହାରି

ସକାଳ ପାପ ରୁ ନିସ୍ତାର କର ଆହେ ମୋର ହରି

ତୁମ ରଥ ଦଉଡି ହାତେ ମୋ ଧରି ପାରୁ ନାହିଁ

କେତେ ପାତକି ମୁଁ ଆସିଛି ତୁମରି ପାଇଁ

ମାଉସୀ ମା ଘରେ ତୁମ ରଥ ରହିବ

ପୋଡ଼ ପିଠା ଖାଇ ତୁମେ ଫେରି ଆସିବ

ମାତା ମହା ଲକ୍ଷ୍ମୀ ସାଥେ ତୁମ ଭେଟ ହୋଇବ

ତିନି ରଥ ସିଂହ ଦ୍ୱାର ରେ ବିଜେ ହୋଇବ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍