STORYMIRROR

Sujata Dash

Others

3  

Sujata Dash

Others

ବାହୁଡା

ବାହୁଡା

1 min
199


ଧନ ମୋର ଆଜି ଆସିବ ବାହୁଡ଼ି

ବାଡ଼ିପିଣ୍ଡାରେ କୁଆ କା' କା' ରାବ ଦେଲାଣି

ନିଶ୍ଚୟ ସିଏ ଆସିବ ଫେରି

ଶଙ୍କାକୁଳ ମନ କେତେ ଯେ କାଟିଛି ବିନିଦ୍ର ରଜନୀ

ବ୍ୟଥିତ ପରାଣ ନୀରବେ ସହିଛି କୁତ୍ସାରଟନା

ବ୍ୟାକୁଳ ଆତ୍ମା, ତୁନି ତୁନି କାନ୍ଦି

ଆୟୁଷ ମାଗିଛି ଦିଅଁ ଦେବତାଙ୍କୁ ...

"ଠାକୁରେ! ମୋ ଧନ କୁ ଭଲରେ ରଖିଥାଅ

ମୋ ଆୟୁଷ ତାକୁ ଲାଗୁ"


ବେଳ ତ ଗଲାଣି ଗଡି

ଆଉ କଣ ତାହାଲେ??

ନା, ନା ...ପ୍ରଭୁ ଏତିକି ଦୟା କର

ହୃଦୟ ରେ ବିଶ୍ୱାସ ଟୋପାକ ବଞ୍ଚିକି ଥାଉ

ତାହାଲେ... କ୍ରୁର ଚକ୍ରବାତ ଚାଲିଯିବ ଦୂରେ

ପୁଣି ହସିଉଠିବ ଉଜୁଡା ଦୁନିଆଁ ମୋର


ଧନ ମୋ ଆସିବ ଫେରି

ନିଶ୍ଚୟ ଆସିବ ଫେରି

ବାଡ଼ିପିଣ୍ଡାରେ କୁଆ କା' କା' ରାବ ଦେଲାଣି

ଆସୁ ସିଏ ଛଦ୍ମ ବେଶରେ

ଅବା, ଲଣ୍ଡିତ ମସ୍ତକ ଭିକ୍ଷୁ ବେଶରେ

ଆଲିଙ୍ଗନ କରି ପାଶେ ବସେଇବି

କୋହ ଚାପି ତୁନି ତୁନି କହିବି

"କୋଉଠି ଛପିଥିଲୁ ନ ଦେଇ ଧରା

ଚାହିଁ ଚାହିଁ ଆଖିରୁ ଶୁଖିସାରିଛି ଲୋତକ ର ଧାରା

କି ଦୋଷ କରିଲି ଯେ

ଦେଲୁ ମତେ ଏତେବଡ ସଜା?"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍