STORYMIRROR

Pranati Mahapatra

Others

3  

Pranati Mahapatra

Others

ବାହୁଡା ରଥରେ ଗଲା ବାହୁଡି

ବାହୁଡା ରଥରେ ଗଲା ବାହୁଡି

1 min
14.4K


ବାହୁଡା ରଥରେ ବାହୁଡି ଯିବ ରେ

ଆଜି ମୋ ହୃଦ ରତନ,

ଆସି କରିଥିଲା କେତେ ଲୀଳାଖେଳା

ଭୁଲି ପାରୁନି ମୋ ମନ।

ଶରଧା ବାଲିରୁ ବଡ଼ଦେଉଳକୁ

ଯିବ ତା ଭକତ ମେଳେ,

ଶ୍ରୀହୀନ ହୋଇବ ମୋର ଏହି ପୁର

ଦୁଃଖେ ସେହି କଥା ଭାଳେ।

ଧନମାଳି ସିନା ଚାଲିଯାଉଅଛି

ଝୁରୁଥିବ ଏକା ଏକା,

ସଭିଙ୍କର ଦୁଃଖ ହରିନିଏ ସିନା

ତା ଲୁହ ସର୍ବ ଅଦେଖା।

ପୋଡପିଠା ଖାଇ ସ୍ନେହ ଶ୍ରଦ୍ଧା ନେଇ

ଫେରିବ ରତ୍ନ ଆସନେ,

ପୁଣି ଚାହିଁଥିବ ଆର ବରଷକୁ

ଗଣୁଥିବ ମନେମନେ।

ପ୍ରଣତି ମହାପାତ୍ର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍