STORYMIRROR

Suresh chandra Padhy

Others

4  

Suresh chandra Padhy

Others

ବାହୁଡା଼ ରେ ଆସ

ବାହୁଡା଼ ରେ ଆସ

1 min
416


ବାହୁଡା଼ରେ ଆସ ହେ ଠାକୁର,

ବଡ଼ ଦାଣ୍ଡେ ଗହଳି ଲଗାଇ

ସଙ୍ଗେ ଥିବେ ଭଉଣୀ ସୁଭଦ୍ରା

 ଆସିବେ ତୁମ ବଡ଼ ଭାଇ ।।


ନିଜ ମାଆ ଙ୍କୁ ତୁମେ ଭଲ ପାଇଲ

ତୁମ ଲକ୍ଷ୍ମୀ ଙ୍କୁ କାହିଁ ଛାଡି ଗଲ

ଲକ୍ଷ୍ମୀ ଙ୍କୁ ତୁମେ ଯାଇ ଅଛ ଭୁଲି

ଶ୍ରୀ ମନ୍ଦିର ଛାଡି ଗଲ ତୁମେ ଚାଲି ।।


ବାହୁଡା଼ ରେ ଆସ ହେ ଠାକୁର,

ମାଉସୀ ମାଆ ର ପୋଡ଼ ପିଠା ଖାଇ ।।


ତୁମେ ଗଲା ଦିନୁ ମନ୍ଦିର ଶୂନ୍ୟ ହେଲା

ଗୁଣ୍ଡିଚା ମନ୍ଦିରେ ଅଭଡ଼ା ହୋଇଲା

ଭକତ ଭାବ ରେ ତୁମେ ରହିଲ

ଆହେ କଳା ଠାକୁର ନିର୍ଦୟ କି ହେଲ ।।


ବାହୁଡା଼ ଯାତ ରେ ଆସ ହେ ଠାକୁର

ତୁମ ପଥ କୁ ରହିଛି ମୁଁ ଚାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍