STORYMIRROR

Prasanta kumar Hota

Others

3  

Prasanta kumar Hota

Others

ବାହୁଡ଼ା ଦର୍ଶନ - ୨

ବାହୁଡ଼ା ଦର୍ଶନ - ୨

1 min
14.2K


ବାହୁଡାରେ ପ୍ରଭୁ ଗୁଣ୍ଡିଚା ମନ୍ଦିରୁ

ଦଶମୀ ତିଥିରେ ଆଜି

ଦକ୍ଷିଣାଭିମୁଖୀ ହୋଇ ରଥ ରଖି

ହେଉ ନାହିଁ କାହିଁ ରାଜି

ରଥ ନେଇ ଯିବ ରତନ ବେଦୀକୁ

ରଥ ରହିଥିବ ଠିଆ

ଶ୍ରୀ ମନ୍ଦିର ହେବ ଗହଳ ଚହଳ

କେହି କହିବେନି ଆହା

ତିନି ରଥ ତିନି ପ୍ରଭୁ ସେବା ପାଇଁ

ବଡ ଏକାଦଶୀ ଯାଏ

ଦ୍ଵାଦଶୀ ତିଥିରେ ରଥକୁ ଛାଡିବେ

ରଥ ବାଟେ ରହିଥାଏ

ଏ ବରଷ ସେବା ରଥେ ନାହିଁ ଆଉ

ଯିବେ ସବୁ ରଥ ଭୁଲି

ଯେଝା ରାସ୍ତା ଯିଏ ଯାଆନ୍ତି ସଭିଏଁ

କାର୍ଯ୍ୟ ସରିଗଲେ ଚାଲି

ରଥ ଆସେ ଧିରେ ଧୀରେ ଲୋ ଭକତେ

ରଥ ଆସେ ଧିରେ ଧିରେ

ବାହୁଡା ରଥରେ ବାହୁଡି ଯିବେ ରେ

ରଥ ଦୁଃଖ ଦାରୁଣରେ

ଶରଧା ବାଲିରୁ ଶ୍ରୀ ମନ୍ଦିର ଯାଏ

କେତେ ଯେ ଭକତ ମେଳେ

ତାପରେ ଶ୍ରୀ ହୀନ ହୋଇବ ଏ ରଥ

ମାନବ ରୀତିର ବଳେ

ଗୁଣ୍ଡିଚା ମନ୍ଦିରେ ମାଉସୀ ଅଧିରେ

ରହିଛି ଦୁଃଖେ ଅନାଇ

ଜଗନ୍ନାଥ ଚିନ୍ତା ଲକ୍ଷ୍ମୀ ଠାକୁରାଣୀ

କରିବେ କି ଲୀଳା ଯାଇ

ରାଗ ରୋଷ କରି ଅଛନ୍ତି ସେ ଫେରି

ଫେରନ୍ତା ପଥକୁ ଦେଖି

ଚାହିଁଛି ଅରୁଣ ରତ୍ନ ସିଂହାସନ

ମାଆ ଲକ୍ଷ୍ମୀ ବହ୍ନିମୁଖୀ

ମାଉସୀ ମମତା ଦେବାକୁ ଶରଧା

ଅଳି ଖୋଜେ କଳି କରି

ବୋହୁ ସାଆନ୍ତାଣୀ ରୂପ ଦେଖିଦେଲେ

ରହିଯାଏ ମନ ମାରି

ଷାଠିଏ ପଉଟି ଭୋଗ ତ ଖାଉଛି

ଭୁଲିଯିବ ପୋଡ ପିଠା

ରତ୍ନ ସିଂହାସନେ ବସିଗଲେ ଥରେ

ଘଟୁଥିବ ପୁଣି ଘଟା

ପ୍ରଶାନ୍ତ କୁମାର ହୋତା


Rate this content
Log in