STORYMIRROR

Prasanta kumar Hota

Others

3  

Prasanta kumar Hota

Others

ବାହୁଡ଼ା ଦର୍ଶନ 1

ବାହୁଡ଼ା ଦର୍ଶନ 1

1 min
26.7K


ଦୁଃଖୀଜନ ମତି ତୋପାଦେ ସୁଗତି

ଦିଅ କାହିଁ ଏତେ ଭିତି

ଲଗାଣ ବରଷା ଦେଉଛି ଦୁର୍ଦ୍ଦଶା

ବାହୁଡା ଦର୍ଶନ ଦ୍ୟୁତି


ନଥିଲା ବରଷା ବୋଲି କଲୁ ଆଶା

ଦେଲକି ସେପାଇଁ ଢାଳି

ବରଷା ପରାସା ଦିଏକି ଭରସା

ଦୀନ ଦୁଃଖ ଯାଏ ବଳି


ଦେଖୁଛି ଖବରେ ନିତି ତୋର ଦାଣ୍ଡ

ଜଳବନ୍ଦୀ ହୋଇ ରହି

ମୁଁ ସିନା ଆସିବି ଗାଡି ମଟରରେ

ତୁ ତ ହେବୁ ଟେକା ବୋହି


ଝୁଲି ଝୁଲି ଝୁଲି ଝଲକ ଝଳିରେ

ପହଣ୍ଡିରେ ବିଜେ ହୋଇ

ଇନ୍ଦ୍ର ବରୁଣଙ୍କୁ ଡାକିଲକି ପ୍ରଭୁ

ବାହୁଡା ଦେଖିବା ପାଇଁ


ଦେବରାଜ ବିଜେ ଗରଜି ଗରଜି

ବରୁଣ ସାଥିରେ ରହି

ଦେଉଛନ୍ତି ଯାହା ଭକତଙ୍କୁ ଦୁଃଖ

ଭକତ ଜନରେ ତ୍ରାହି


ଯେତେ ଦେବାଦେବୀ ରହିଛନ୍ତି ପୁଣି

ଦେଖିବେ ତୋ ଶୋଭାରାଜି

ଦେଖନ୍ତୁ ସଭିଏଁ ପାଆନ୍ତୁ ଦର୍ଶନ

ଭକତ ଭାବରେ ହଜି


କରିବେ କିପରି ତୋର ରୀତି ନୀତି

କହିଦେ ବରଷା ରହ

ବାହୁଡା ସରିଲେ ପୁଣି ତୁ ବୋହିବୁ

ଯଥା ଜଳେ ଜଳରୁହ


ପ୍ରଶାନ୍ତ କୁମାର ହୋତା


Rate this content
Log in