STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ବାହୁଡ଼ା ବିଜୟ

ବାହୁଡ଼ା ବିଜୟ

1 min
199

ପ୍ରଭୁ ଜଗନ୍ନାଥ ପ୍ରଭୁ ଜଗନ୍ନାଥ ହେ

ଆଜି ତ ବାହୁଡ଼ା ବିଜୟ ଯାତ ହେ ଜଗନ୍ନାଥ ।।


ଗୁଣ୍ଡିଚା ମନ୍ଦିର ଦୁଆର‌ ପାଖରେ ଶରଧାବାଲିରେ

ସଜ ହୋଇଲାଣି ତୁମରି ରଥ

ନୀଳାଚଳେ ନୀଳଚକ୍ରେ ଆନନ୍ଦରେ ଫରହର ହୋଇ 

ଉଡିଲାଣି ବାର ହାତିଆ ନେତ ହେ

ନକର ଉଛୁର ଜଗତ ନାଥ ।।


ସୁ-ସ୍ଵାଦୁ ଖେଚୋଡି ପ୍ରସାଦ ମାଉସୀ ପରସା ଖାଇ

ହୋଇଲ ଜଗତ ସାଇଁ ଉସତ

ଶରଧାବାଲିରେ ହରିବୋଲ ହୁଳହୁଳି ଶବଦରେ

ଉଛୁଳି ଉଠୁଛି ତିନି ଜଗତ

ଉଛୁର କାହିଁକି କଳା ସାଆନ୍ତ ।। 


ଜନ୍ମ ବେଦୀ ଲୀଳା ଶେଷେ ଏବେ ନୀଳାଚଳ ରତ୍ନ ବେଦୀ

ଭୁଷିତ କରିବ ଜଗତ ନାଥ

ତିରିଶି ଦିନରେ ଦୁଃଖେ ଜରଜର ହୋଇ ସେ ମଉନେ

ଚାହିଁ ରହିଅଛି ତୁମରି ପଥ

ଉଛୁର ନକର ହେ ଲକ୍ଷ୍ମୀ କାନ୍ତ ।।


ଶ୍ରୀକ୍ଷେତ୍ର ପବିତ୍ର ନୀଳାଦ୍ରି ଭୂଷଣ ବିଜେ କର ଆସି

ଚାହିଁ ରହିଛନ୍ତି ସାରା ଜଗତ

ବାହୁଡ଼ା ବିଜୟ କର ମହାବାହୁ କରୁଛି ମିନତୀ

ଠିଆ ହୋଇଅଛି ତୁମରି ରଥ

ପ୍ରଫୁଲ୍ଲ କହିଲା ତୁମରି ଗୀତ, ହେ କଳା ସାଆନ୍ତ ।।



Rate this content
Log in