STORYMIRROR

Goutam Mohanty

Children Stories Tragedy Classics

3  

Goutam Mohanty

Children Stories Tragedy Classics

ବାଃହା ବାଃହା ରେ ଆମ ରାଜନୀତି👍👍

ବାଃହା ବାଃହା ରେ ଆମ ରାଜନୀତି👍👍

1 min
228


ଦୀପାବଳୀରେ ବାଣ ଫୁଟେଇବା ମନା

କିନ୍ତୁ ରାଜନୀତି ବାଣ ଫୁଟେଇବାକୁ 

କିଏ ସେ କରିବ ମନା ?

ଏଠି ସବୁକିଛି ଭାଇ ଚାଲିଛି 

କଣ ନା ଆମ ବିଜୟପତାକା ଉଡ଼ୁଛି 

 ରାଜନୀତି ପରା ଭାଇ ଚାଲିଛି ।।


ପାଖେ ଅଛି ପରା ପଇସା

ଯେତେ ଖାଉଛ ଖାଅ

ଯେତେ ନେଉଛ ନିଅ

ମଦରେ ଭାସ କି ମାଂସ ରେ ବୁଡ଼

ଭୋଟ ଆମକୁ ଦିଅ 

ରାଜନୀତି ପରା ଭାଇ ଆମ ଚାଲିଛି ।।


କରୋନା ସବୁଆଡ଼େ ବୁଲୁଛି

ଗୋଟି ଗୋଟି କରି ମୁଣ୍ଡ ନେଉଛି

କରୋନା ସବୁ ତ ଖେଳ କରୁଛି 

କିନ୍ତୁ ରାଜନୀତିଆକଂ ପାଖ ମାଡ଼ିବାକୁ ସେ ଡରୁଛି 

ଭାଇ ରାଜନୀତି ଆମ ଚାଲିଛି ।।


ମନ୍ଦିରକୁ ଗଲେ କୋରନା ହେବ

ପାଠ ପଢ଼େଇଲେ କରୋନା ହେବ

ସାଧାରଣ ଭୋଜି ଭାତ କଲେ କରୋନା ହେବ

ନିଜ ମୃତକ ଲୋକକଂ ସାଙ୍ଗରେ ଗଲେ କରୋନା ହେବ

 ଯେତେ ନିୟମ ସବୁ ପାଳିବେ ସାଧାରଣ ଲୋକ 

ରାଜନୀତି ପାଇଁ ନାହିଁ ନିୟମ କାନୁନ୍ କିଛି 

ଭାଇ ରାଜନୀତି ଏଠି ଚାଲିଛି ।।


ପେଟ ପାଟଣା ପାଇଁ କରୋନା ର ଭୟ 

ଭୋଟ ପାଇଁକି କରୋନା ପାଉନି ଥଳକୂଳ

କାହାକୁ ହେବ ସେ କାହାକୁ ନ ହେବ

କରୋନା ନିଜେ ବି ପାଉଛି ଭୟ

ଭାଇ ରାଜନୀତି ପରା ଚାଲିଛି ।।


ଲୋକବଳ ଏଠି ପଇସା ବଳ

ଅଛି ତ କାହା ପାଖେ ଲଢ଼ିବ ଆସ

କାହାର ଦମ୍ ଅଛି ହରେଇବାର 

ନ ହେଲେ ପାଟି ଚୁପ୍ କରି ତାମସା ଦେଖ 

ଏଠି ଶହେ ଶହେ ରେ ଖେଳ ।

 ଭାଇ ରାଜିନୀତି ପରା ଚାଲିଛି ।।


କିଛି କହିଲେ ଉଠେଇ ନେବୁ

ପାଟି ଚୁପ୍ ନ କଲେ ଛୁରା ଚଲେଇ ଦେବୁ

ପଇସା ନେଇକି ଭୋଟ ଦେବୁ

ଯାହା ଇଚ୍ଛା ତୁ ଖାଇବୁ 

ଯାହା ମାଗିବୁ ତୁ ନେବୁ

କିନ୍ତୁ ପାଟିରେ ତାଲା ପକେଇ ବସିବୁ 

ଭାଇ ରାଜନୀତି ଆମ ଚାଲିଛି ।।


ଗଣତନ୍ତ୍ର ଏଠି କେବେଠୁଁ ଗଲାଣି ମରି

ମଣିଷ ପଣିଆ କେବେଠୁଁ ଗଲାଣି ହଜି

ଏଠି ଲୋକ ବଳ ଟକାଂ ବଳ ଗାଦିରେ ରହିଛି ବସି

କିଏ କେତେ ଉଡ଼େଇବ ଦିଅ ଉଡ଼େଇ

ଆମ ଦଳକୁ ତମେ ଦିଅ ଜିତେଇ

ଭାଇ ଆମ ଶାସନ ଏଠି ହେଉଛି

ରାଜନୀତି ପରା ଆମ ଚାଲିଛି ।।

ଭାଇ ରାଜନୀତି ପରା ଚାଲିଛି ।।



Rate this content
Log in