ବାହାଘର
ବାହାଘର
ବାହାଘର ଋତୁ ଏବେ ବାହାଘର ଆସିଲା,
ବାହାଘର ପାଇଁ ଘର ସଜାସଜି ହୋଇଲା |
ବଜାରରୁ ଧୁମ୍ ଧାମ୍ କିଣାକିଣି ଚାଲିଲା,
ଦୋକାନୀଙ୍କ କଚେପୁଅ ବେପାରଟା ଜମିଲା |
ବନ୍ଧୁବାନ୍ଧବଙ୍କ ଖୁସି ଭଲ ଭୋଜି ହୋଇବ,
ସାଙ୍ଗସାଥୀ ଭାରିଖୁସି ନାଚପୁରା ଜମିବ |
ଲାଇଟ୍,ଡି.ଜେ ପାଇଁକି ହୋଇଗଲା ଅର୍ଡର,
ହେଲେ କରୋନା ସବୁକୁ କରିଦେଲା ମର୍ଡର |
ଗହଳି ପାଇଁ କି ଏବେ ବଢ଼ିଯାଏ କରୋନା,
ଅବେଳରେ ଝରିଯାଏ ଜୀବନର ଝରଣା |
ସେଥିପାଇଁ ସବୁଆଡେ କଟକଣା ହୋଇଛି,
ଭୋଜି,ନାଚବନ୍ଦକରି ବାହାଘର ଚାଲୁଛି |
ଯେତେକମ୍ ଲୋକନେଇ ବାହାଘର କରିବ,
ସମସ୍ତଙ୍କପାଇଁ ତାହା ଶୁଭଙ୍କର ହୋଇବ |
ବାହାଘର ପରେ ଏବେ ଘଟୁଛି ଯେ ଘଟଣା,
ଶୁଣୁଶୁଣୁ ଛାତିଥରେ କହି ତାହା ହୁଏନା |
ବାହାଘର ପୂର୍ବୁ ରକ୍ତ କରିଦେଲେ ଟେଷ୍ଟେ,
ବରକନ୍ୟାଙ୍କ ପାଇଁକି ହେବ ନିଶ୍ଚେ ବେଷ୍ଟେ |
ନିୟମ ନମାନି ଯିଏ ବାହାଘର କରୁଛି,
ଅକାରଣେ ସରକାରଙ୍କୁ ତଣ୍ଡ ସିଏ ଗଣୁଛି |
ଏସବୁକୁମାନି ତୁମେ ବାହାଘର କରିବ,
କରୋନାଟା ଗଲେ ପଛେ ଭୋଜିଭାତ ଜମିବ
