STORYMIRROR

puja pradhan

Children Stories Comedy Children

4  

puja pradhan

Children Stories Comedy Children

ବାଘ ମାମୁଁର ନିଶ

ବାଘ ମାମୁଁର ନିଶ

1 min
395

ବାଘ ମାମୁଁର ନାକରୁ ନିଶ

   ଯାଇଛି ଦେଖ ଖସି

  ଗର୍ଜନ ଛାଡି ମନ ଦୁଃଖରେ

    ରହିଛି ଦେଖ ବସି

 ଖୋଜରେ ଭାଇ ଖୋଜ ମୋ ନିଶ

    କୁଆଡେ ଗଲା କୁହ

 ନିଶ ନପାଇ ଆଖିରୁ ମୋର

   ବୋହୁଛି ଦେଖ ଲୁହ

 ମନର କୋହ ଆଖିର ଲୁହ

   ବହୁଛି ଝର ଝର

 ବାଘ ମାମୁଁର ଲୁହରେ ଆଜି

   ବଣ ଟା ଥର ହର

 ସଭିଙ୍କ ମନରେ ଗୋଟେ ଭାବନା

   କଣ ହେଲା କୁହ

 ଖୋଜରେ ଭାଇ ଏକାଠି ହୋଇ

   ମନରେ ରଖି ଭୟ

 ଖୋଜରେ ଭାଇ ପାହାଡ଼ ତଳ

   ଖୋଜସେ କଣ୍ଟା ମାଳ

 ନେଇଛି କିଏ ପଚାର ତାକୁ

    ଆଣ ଯାଇ ଚଞ୍ଚଳ

  ବଣର ରାଜା ଭାରୀ ସେ ରାଗି

    ମାନେନି କିଛି ଆଉ

  କିପରି ଆମ ଜୀବନ ସବୁ

    ରହିବ କିଏ କହୁ

 କୁହରେ କିଏ ନେଇଛି ନିଶ

    ବେଗି ବେଗି ଆଣି ଦେଉ

 ବିଲୁଆ କହେ ବୁଝିଲ ଭାଇ

   କହୁଛି ଗୋଟେ କଥା

 ବଣର ରାଜା ମନରେ ଖାଲି

  ଅଛି ତା ନିଶ ଚିନ୍ତା

ସଭିଏଁ ଆମେ ଏକାଠି ହୋଇ

  କହିବା ତାକୁ ଯାଇ

ତୁମଠାରୁ ଏକ ବିଶାଳ ରାଜା

  ଆସିଛି ସେ ଆମ ପାଇଁ

ମାନି ଲୁନି ଯେବେ କହିଲା

  ଦେଖ ସଭିଏଁ ଏକାଠି ହୋଇ

ହାତରେ ମୋର ଅଧାତା ନିଶ

  ମୁଁ ଆଣିଛି ତା ଠାରୁ ଛଡେଇ

ଆଜି ଠାରୁ ମୁଁ ତୁମରି ରାଜା

  ନମାନିଲେ ଏ ବଣରୁ ଯାଅ ପଳାଇ

 କୁହ ତୁମେ ଏବେ ମହାରାଜ ଆମ

    କଣ କହୁଛ କୁହ

 ଗୋଟାଏ ନିଶ ଲାଗି କାହିଁକି

   ଆଖିରୁ ଝରାଅ ଲୁହ

 ନେଇ ଯାଉ ପଛେ ନିଶ ଟିସିଏ

   ତୁମେତ ଭଲରେ ଥାଅ

 ଏକଥା ଶୁଣି ମନରେ ରାଜା

   ବୋହୁତ ହୋଇଲା ଖୁସି

 ଗୋଟାଏ ନିଶର ଏହି କଥାକୁ

   ମନରୁ ପାସୋରି ଦେଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍