Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Children Stories

3  

Hrushikesh Satpathy

Children Stories

ବାଘ ମାମୁଁ

ବାଘ ମାମୁଁ

1 min
286


ବାଘ ମାମୁଁ ହେ ବାଘ ମାମୁଁ

   ବଣରେ ବୁଲୁଅଛ ।

ବଣର ରାଜା କେତେ ପରଜା

  ସାଙ୍ଗରେ ରଖିଅଛ ।।


ହରିଣ ସିଂହ ଭାଲୁ ଠେକୁଆ

  ପରଜା ଜାତି ଜାତି ।

କାହାରି ସାଥେ ଶତୃତା ନାହିଁ

  ଖେଳ,ଖେଳାଅ ନିତି ।।


ମିଛୁଆ ଲୋକ କହି ବୁଲନ୍ତି

  ତୁମେ କୁଆଡେ ହିଂସ୍ର ।

ମୋ'ପାଇଁ ତୁମେ ପରମ ମିତ୍ର

 କୋଟି କୋଟି ନମସ୍ୟ ।।


ମଣିଷ ଭାଇ ନିର୍ମମ ହୋଇ

  ଗଛକୁ ହାଣିଦିଏ ।

ଜଙ୍ଗଲ ସଫା ଏକ ତରଫା

  ଭାବରେ କରିଦିଏ ।।


ଜଙ୍ଗଲଜାତ ଔଷଧି ଗୁଣ

  ତୁମ ନଜରେ ଥାଇ ।

ଜଙ୍ଗଲେ ରହି ସେଇ ସବୁକୁ

  ଜଗିଛ ଦ୍ଵାରି ହୋଇ ।।


ମାମୁଁ ହୁଅ କି ମାଉସୀ ହୁଅ

  ମୋ ମିତ,ପ୍ରିୟ ବନ୍ଧୁ ।

ଦୂରରେ ଥାଇ ପ୍ରଣାମ କରେ

  ଦିଅ ହେ ସ୍ନେହ ସିନ୍ଧୁ ।।


ହସି ହସିବା ଖେଳି ଖେଳିବା

  ସେନେହ ମମତାରେ ।

ତୁମରି ସାଥେ ନୂଆ ରାଇଜ

   ରଚିବି ସପନରେ ।।


Rate this content
Log in