STORYMIRROR

Priyaranjan Biswal

Others

3  

Priyaranjan Biswal

Others

ବାଦଲ

ବାଦଲ

1 min
11.9K

ନୀଳ ପାହାଡର ଚୂଡା ଚୁମି

ଭାସି ବୁଲୁଥାଏ ଧଳା ଉର୍ମି ।

ପବନ ବହେ ଯେବେ ଧିରେଧିରେ

ଉଡିଯାଏ ଉର୍ମି ବହୁଦୂରେ ।

ଜଣାନାହିଁ ଯିବ କେତେ ଦୂର

ଯେମିତି ସେ ଗୋଟେ ଯାଯାବର ।

ଗ୍ରୀଷ୍ମରେ ଅତିଷ୍ଠ ଏ ସଂସାର

ସଦା ଚାହିଁଥାଏ ପଥ ତା'ର ।

ପବନ ଯେଉଁଠି ହୁଏ ସ୍ଥିର

ବରଷି ଯାଏ ସେ ଫରଫର ।

କୁଡିଆ କି ହେଉ ସେ ମହଲ

ଗ୍ରୀଷ୍ମ ତେଜେ ଲୋକେ କଲବଲ ।

ଦେଖି ଧରାର ଏ ହାଲଚାଲ

ରକ୍ଷା ପାଇଁ ଆସଇ ବାଦଲ ।

ଦେହରୁ ତା'ବହେ କେତେ ଜଳ

ପୁରିଯାଏ ସବୁ ନଦୀନାଳ ।


Rate this content
Log in