Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Others

2  

ତାରାପ୍ରସାଦ ଜେନା

Others

ବାଡ଼ି ବୋଲି ନାହିଁ ଗୋବେ

ବାଡ଼ି ବୋଲି ନାହିଁ ଗୋବେ

1 min
202



ବାଡ଼ି ବୋଲି ନାହିଁ ଗୋବେ

କଥାର ବାଟୁଳି ଏମିତି ଵାଜୁଛି

ଭଡ଼ା ମିଳେ ଲକ୍ଷେ ନବେ !


ମାଛି ବୁଲେ ଘର କୋଣ

ଏସି ଲାଗିଅଛି ଚାତର ବାହାରେ

ଅନ୍ଧ ଦେଖା ଦରପଣ !


ଧାନ ପୋଷେ ନାହିଁ ଘର

ଦଶ ବାଟି ବିଲ ଚାଷ କରୁଥିଲେ

ପାଣି ପକା ଯାହା ସର !


ତୁଛା ଖଟ ସଜ ଗେଲ

ଖଟ ବୋଲି ଯାହା ଢାବଲ ଦି'ଖଣ୍ଡ

ଫୁଲ ଶେଯ ଆହା ମୂଲ !


ବାବୁ ଠାଣି ଜାମାଯୋଡ଼

କଥା ଲହସରେ ସରଗ କିଣିକି

ଖାଇଥିଲେ ଛେନାପୋଡ଼ !


ବାରବୁଲା ଅନ୍ଦି କନ୍ଦି

ଟିକିଏ ମଉକା ପାଇଲେ ସତରେ

ପବନକୁ ଦେବେ ଫାନ୍ଦି !


ଆଖି କିବା କାଚ ବାଟି

ଭଲ ଗୁଣ ଦେଖି ଇର୍ଷା କାଳେ ହୁଏ

ବେକ ଅବା ଦେବେ କାଟି !



Rate this content
Log in