STORYMIRROR

Bunee Tripathy

Others

3  

Bunee Tripathy

Others

ବାଦାମୀ

ବାଦାମୀ

1 min
208

ରଙ୍ଗକୁ ରଙ୍ଗରେ ନେଇ

    ନୂତନ ହୁଆଇ ଗଢି

ଦୁଇଟି ଜୀବନେ ଯିଏ

     ବାଦାମୀ ନାମରେ ବଢି।


ବାଦାମୀ ଭିତରେ ଥାଏ

     ପ୍ରକୃତିର ଗଭିରତା

ମାଟିର ଦେହରେ ପରା

      ଜୀବନର ନୀରବତା।


ଯେଉଁଦିନ ପ୍ରଥମେ ମୁଁ

     ହୋଇଲି ପରା ଭୂମିଷ୍ଠ

ଦେହେ ମୋର ବୋଳିହେଲା

     ମାଟିଗନ୍ଧେ ହେଲି ତୁଷ୍ଟ।


ହଜିଯାଏ ସେ ବାସ୍ନାରେ

     ଜୀବନ ମୋ ହୁଏ ଧନ୍ଯ

ନିଶ୍ବାସ ର ଶେଷଯାଏଁ

       ତା ପାଖରେ ମୁଁ ନଗଣ୍ୟ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍