STORYMIRROR

Debadatta Jena

Children Stories Inspirational Children

3  

Debadatta Jena

Children Stories Inspirational Children

ବାବା ସାହେବଙ୍କ ସ୍ମରଣେ..

ବାବା ସାହେବଙ୍କ ସ୍ମରଣେ..

1 min
221

ପିତା ପରି ଯିଏ, ପିତା ଠାରୁ ବଡ଼

ଜ୍ଞାନ ପିପାସୁ ସେ ବିଖ୍ୟାତ,

ଖାଲି ପିତା ନୁହେଁ,ମହାନ ପିତା ସେ

ବାବା ସାହେବ ନାମେ ଖ୍ୟାତ..!

ସ୍ୱାଧୀନ ଭାରତ ଗଣତନ୍ତ୍ର ସାରଥୀ,

ସମ୍ବିଧାନର ସେ ଜନକ,

ସମ୍ବିଧାନ ସଭା ଚିଠା କମିଟିର ସେ

ସାଜିଥିଲେ ମହାନାୟକ..!

ଦଳିତ, ଶୋଷିତ,ବଂଚିତ,ନିଷ୍ପେସିତ 

ଶ୍ରେଣୀହୀନ ସମାଜ ଯା ଲକ୍ଷ୍ୟ,

କରି ଏକତ୍ରିତ,ସେହି ସ୍ୱାର୍ଥ ସାଧନେ

ସାଜି ଥିଲେ ସେ ଜାତି ମୁଖ୍ୟ..!

ସ୍ୱାଧୀନ ଭାରତର ଆଇନ ପ୍ରଣେତା,

ଯାହାଙ୍କ ନାମେ ସେ ସୁଖ୍ୟାତ,

ଭୀମ ରାଓ ରାମଜୀ ଆମ୍ବେଦକର

ଯେ ପ୍ରଜ୍ଞା ଓ ଜ୍ଞାନରେ ମହତ,

ଜ୍ଞାନ, ଗୁଣ ଓ କର୍ମରେ ଜନନାୟକ 

ସେ ଜ୍ଞାନ ପିପାସାର ପ୍ରକୃତ ଦାୟାଦ

ଜ୍ଞାନ ପ୍ରିୟ ଆମ୍ବେଦକର..!

ବଂଚିତ, ଶୋଷିତ, ସମାଜ ପାଇଁ କି

ବିଦ୍ରୋହ ବିପ୍ଳବର ଅଧୀଶ୍ୱର,

ଛୁଆଁ ଅଛୁଆଁ ଭେଦ ଭାବ ମୁକ୍ତିକାମି

ପରମ ପ୍ରଜ୍ଜଳ ବାଗ୍ମୀ ପ୍ରଭାକର,

ସେ ଶୋଷିତ, ବଂଚିତର କର୍ଣ୍ଣଧାର

ଥିଲେ କର୍ମବୀର,ମହାନ ନାୟକ 

ସେ ଭୀମ ରାଓ ଆମ୍ବେଦକର..!



Rate this content
Log in