STORYMIRROR

ZYOTSNA PATRAW

Others

3  

ZYOTSNA PATRAW

Others

ବାଆଷଠି ବୟସରେ

ବାଆଷଠି ବୟସରେ

1 min
141

ମୁଁ କେଉଁଠି ନିଶ୍ଵାସ ମାରିବି 

ଚାରିଆଡେ କୋଳାହଳ 

ଈର୍ଷା ଦ୍ୱନ୍ଦ ଅସୂୟାରେ 

ମନ ହୁଏ ହଳାହଳ ।


ହଉ ଟିକେ ଚାଲିଯାଏ ପାଖ ପାର୍କକୁ 

ଆଜି ଏଇ ବାଆଷଠି ବୟସରେ 

କୋହଲା ପବନ ସହ 

ସବୁଜ ରଙ୍ଗକୁ ଉପଭୋଗ କରିବାକୁ ।


ବସିଛି ମୁଁ ଗଛ ମୂଳେ ଚେୟାର ଉପରେ 

ଅଙ୍ଗାରରେ ଲେଖାଥିବା ପ୍ରେମ ସଂଳାପକୁ ପଢୁ ପଢୁ 

ବୁଦାମୂଳୁ ବାହାରି ଆସିଲା ହସ ଠୋ ଠୋ  

ତରୁଣୀର କଣ୍ଠ ସ୍ୱର ତରୁଣ ସାଙ୍ଗରେ ।


ହସର ଆଘାତରେ ଚହଲା ଆଖିଟା ମୋର 

ପଡିଗଲା ଦୁହିଁଙ୍କ ଉପରେ 

ଯେତେବେଳେ ଦୁହିଁଙ୍କର ଦୁଇ ଓଠ  

ନ ଥିଲେ କେହି କାହାଠାରୁ ଦୂରେ ।


ଭାବିଲି ବାଆଷଠି ବୟସରେ 

ମୋ ବୁଢ଼ୀଟା ଲାଜରେ ସରମି ଯାଏ ମୋ ପାଖରେ 

ଆଣ୍ଠୁ ଟିକେ ଦିଶି ଗଲେ  

ସିଏ ପରା ଲୁଗାଟାକୁ ଜାବୁଡ଼ିକି ଧରେ ।


Rate this content
Log in