STORYMIRROR

Srinibas Mahalik

Others

2  

Srinibas Mahalik

Others

ବ'ଡ୍ଡେ କେକ୍

ବ'ଡ୍ଡେ କେକ୍

1 min
14.1K


ଜନ୍ମଦିନ ହେଲେ ବ'ଡ୍ଡେ କେକଟି

ପଡଇ ବିଚରା ବଳି

ପ୍ରତିବାଦ କେହି ନକରି ଏହାର

ଖୁସିରେ ମାରନ୍ତି ତାଳି ।।

ବିଚରାର ଦେହ ସଫ୍ଟ କୋମଳ

ପ୍ଲାଷ୍ଟିକରେ ଯାଏ କଟି

କେବେବି ଏହାର ବିରୋଧରେ ସିଏ

ଖୋଲିନାହିଁ ଜମା ପାଟି ।।

ଯାହାର ଯେବେବି ଜନ୍ମଦିନ ହେଲେ

ପଡଇ ତାହାକୁ ଖୋଜା

ବିଚରକୁ ପୁରା ଖିନ୍ଭିନ୍ କରି

ଉଠାନ୍ତି ସମସ୍ତେ ମଜା ।।

ଆମ ବ'ଡ୍ଡେରେ ତା' ଅତୁଳନୀୟ

ତ୍ୟାଗ ଆଉ ବଳିଦାନ

ତାହାର ଆତ୍ମାର ସତ୍ଗତି ପାଇଁ

ଯାଉଛି କରିବି ଧ୍ୟାନ ।।


@ ବିଜୟନଗର,ଗଣିଆ,ନୟାଗଡ଼


Rate this content
Log in