STORYMIRROR

MADHU MITA

Others

3  

MADHU MITA

Others

ଅୟମାରମ୍ଭ

ଅୟମାରମ୍ଭ

1 min
228


ସୃଷ୍ଟି ପରେ ହୁଏ

ସ୍ରଷ୍ଟାଠୁ ବିଚ୍ୟୁତ !!


ବିଲୟରେ ପୁଣି

ମିଳନ୍ତି ଅଚ୍ୟୁତ ??


ମିଥ୍ୟା ପ୍ରହେଳିକା

ଜନ୍ମମୃତ୍ୟୁର ଏ ଖେଳ !!


ତଥାପି ଆପଣା

ଅଜଣାଙ୍କ ମେଳ ??


ଆଜି ଯାହା ଅନ୍ତ

କାଲି ସେ ଆରମ୍ଭ !!


ନିଶ୍ୱାସର ଅନ୍ତେ

ବିଶ୍ୱାସ ପ୍ରାରମ୍ଭ ??


ପ୍ରଳୟର ଅନ୍ତେ

ସୃଷ୍ଟିର ସର୍ଜନା !!


ବିରହର ଅନ୍ତେ

ମିଳନ ମୂର୍ଚ୍ଚନା ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍