ଅତ୍ୟାଚାର ବିରୁଦ୍ଧେ ଲଢ଼ିବା
ଅତ୍ୟାଚାର ବିରୁଦ୍ଧେ ଲଢ଼ିବା
1 min
384
ଚାଲିଛେ ଚାକଚକ୍ଯ ଭିତରେ
ସବୁତ ଅଳିକ, ନଥିବ କାଲିରେ ।
ପାଣିର ବୁଦ୍ ବୁଦ୍ ସମ କ୍ଷଣକର
ଲୋଭ ମୋହ ଭରିଛି ମଣିଷର ।
କିଏ ଖାଏ କ୍ଷୀରି ଚକୁଳି ଆରିସା
ଉପାସେ କାହାର ଉଡେ ହଂସା ।
କିଛି ଗଢିଛନ୍ତି ରାଜା ଉଆସ
କାହାକୁ ନମିଳେ ରହିବାକୁ ବାସ ।
କା ଘରେ ଖେଳେ ଖୁସିର ଲହରୀ
କା ଘରେ ଭାସେ ଦୁଃଖର ଭଉଁରୀ ।
ପାଟ ଶାଢ଼ୀ ପିନ୍ଧି କିଏ ଯାତରା ଯାଏ
କସ୍ତା ଶାଢ଼ୀ ଖଣ୍ଡେ କା ଭାଗ୍ୟରେ ନଥାଏ ।
ଇଏ କି ବିଚିତ୍ର ଲୀଳା?
ମଣିଷ ହୋଇଛେ ବିବେକକୁ ଖଟାଇବା
ଶୋଷଣ, ଅତ୍ୟାଚାର ବିରୁଦ୍ଧେ ଲଢ଼ିବା ।
