STORYMIRROR

Narendra Sahu

Others

2  

Narendra Sahu

Others

"ଅତ୍ଯାଚାରୀ"

"ଅତ୍ଯାଚାରୀ"

1 min
2.9K


ଅତ୍ଯାଚାରୀ ଯିଏ ଅତ୍ଯlଚାର କରେ,

ଫିଙ୍ଗିଦେଇ କଟୁ କଥା,

କଟୁ କଥା ତାର କଟୁରୀର ଧାର,

ସଦା ଦିଏ ମନେ ବ୍ଯଥା।


ଅତ୍ଯାଚାରୀ ଯିଏ ଅତ୍ଯାଚାର କରେ,

ଦେହକୁ ଆଘାତ ଦେଇ,

ଆଘାତ ପ୍ରହାର ସହେ ଯେଉଁ ନର,

କଷ୍ଟ କେତେ ଜାଣେ ସେହି।


ଅତ୍ଯାଚାରୀ ଯିଏ ଅତ୍ଯାଚାର କରେ,

ହଜାଇ ମାନବିକତା,

ମନୁଷ୍ଯତ୍ୱ ତାର ହଜିଗଲେ ଥରେ,

ହଜେ ତାର ନିରାପତ୍ତା।


ଅନ୍ଯ ଅତ୍ଯାଚାରେ ଖୁସି ଯେହୁ ନରେ,

ଖୁସି ତାର ସ୍ଥାୟୀ ନୁହଁ,

ଅତ୍ଯାଚାରୀ ଅତ୍ଯାଚାର ସହେ ବାର ବାର

ଏ କଥାଟି ସତ ପ୍ରାୟ।


ଅତ୍ଯାଚାରୀ ସିନା ଅତ୍ଯାଚାର କରେ

ଭୂଲି କି ନ୍ଯାୟ ଅନ୍ଯାୟ,

ଅତ୍ଯାଚାର ସୀମା ଡେଇଁଗଲେ ଥରେ

ଶୃଙ୍ଖଳା ହେବ ବିଲୟ।।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍