STORYMIRROR

Bibhu Samanta

Others

4.8  

Bibhu Samanta

Others

ଅଠରର ଅସ୍ତରାଗ

ଅଠରର ଅସ୍ତରାଗ

1 min
440


ମୁଁ ଚୋରାବାଲି ମୁଠେ,

କିଛି ଅଭିମାନ କିଛି ଅସ୍ମିତାରେ

ଯେତେ ଜୋରରେ ଧରିବୁ ମତେ

ମୁଁ ଖସି ଯାଇ ମିଶିଯିବି ପବନରେ

ରେଣୁ ରେଣୁ ଅଫେରା ସ୍ବପ୍ନ ହୋଇ

ଛାଡିଯିବି ତୋତେ ଏକା କରି

ମତେ ଝୁରିବା ପାଇଁ।


ମୁଁ ରେଶମୀ ଡୋରି ଟେ

କିଛି ଅଭିଯୋଗ କିଛି ଅବଶୋଷରେ

ମୁଁ ବାହାରି ଯିବି ତୋ କବଳରୁ

ଅଡୁଆ ଗଣ୍ଠିର ଅଜଣା ଖିଅଟେ ପାଇଗଲା ପରେ

ଖୋଜୁଥିବୁ ମୋତେ ଭରସା ହାଟରେ

ଆଶାର ଉଷାରେ ନିଶ୍ୱାସ ବାନ୍ଧିବା ପାଇଁ।।


ମୁଁ ବାସ୍ନା ଟିଏ

କିଛି ବସନ୍ତର କିଛି ଭଅଁରର

ଉଡିଯିବି ଦିନେ ଆଖି ପଲକୁ

ଦରଭିଜା ସ୍ମୃତି କିଛି ଦେଇ

ତୋ ଛିଟପକା ଓଢଣୀରୁ

ଦୁଷ୍ଟ ମଳୟଟା ମୁହଁ ପୋଛି ଦେଲା ପରେ

ଭିଜିବୁ କେତେ ତୁ ନିସଙ୍ଗ ସହରେ

ଝରା ସେଫାଳିର ଲୁହ ନେଇ

କହ ସାଉଁଟି ପାରିବୁ ମୋତେ?

ନୂଆ ରୁମାଲରେ ନୀରବେ ରାଣ ପକେଇ।।


Rate this content
Log in