STORYMIRROR

Bikhyat Bihari Mishra

Others

3  

Bikhyat Bihari Mishra

Others

ଅଠା

ଅଠା

1 min
14.3K


କୁଆଟା ପଣସ ଖାଇ ଉଡିଯାଏ

ବଗ ମୁଣ୍ଡେ ଅଠା ବୋଳି

ବିଚରା ବଗଟା ନିରୀହ ବୋଲି ତ

ଅକାରଣେ ପଡେ ବଳି ।।

କୁଆର ଚାଲାକି ବୁଝିବାକୁ ବଗ

ନୁହେଁ ତ ସମର୍ଥ ଜମା

ମିଛେ ଦୋଷୀ ହୁଏ ସତେ କି ଦୋଷର

ନଥାଏ ଜମାରୁ କ୍ଷମା ।।

ଆଜିକାଲି ଯିଏ କୁଆ ପରି ନୁହେଁ

ଫସିଯାଏ ସହଜରେ

ଈଶ୍ୱର ସହାୟ କେବଳ ଏମିତି

ଯେତେ ବଗ ଦୁନିଆରେ ।।

କୁଟ ବୁଦ୍ଧି ସଦା କରେ ରାଜନୀତି

ସରଳର ସ୍ଥାନ କାହିଁ

ଜେତେବି ଚିତ୍କାର କଲେ ବି ତା'କଥା

କେହି ତ ଶୁଣନ୍ତି ନାହିଁ ।।

କେହି ଦେଖନ୍ତିନି ଖାଏ କେ ପଣସ

ଦେଖନ୍ତି କା ମୁଣ୍ଡେ ଅଠା

ସତଟା ଏଇଆ ଏଠି ତ ଯୁଆଡେ

ବରଷା ସିଆଡେ ଛତା ।।


Rate this content
Log in