STORYMIRROR

Bunee Tripathy

Others

4  

Bunee Tripathy

Others

ଅତୃପ୍ତ

ଅତୃପ୍ତ

1 min
515

ଦଗ୍ଧ ବଳୟରେ

ଜ୍ବଳନର ଇଲାକାରେ

ଘୃତ ଓ ମନ୍ତ୍ରରେ

କାଷ୍ଠର ସମାଧିରେ

ଘୂମାୟିତ ବାଷ୍ପରେ

ଭଷ୍ମର ରୂପନେଇ

ମିଶିଗଲି ଧରିତ୍ରୀ ରେ।


ତଥାପି କହୁଛ

ଅତୃପ୍ତ ମୁଁ

ଘୂଣ୍ଣାୟମାନ ଆବଦ୍ଧରେ

ଘୂର୍ଣ୍ଣିଝଡର ରୂପନେଇ

ଛୁଇଁଯାଏ ଜୀବନ୍ତ ପୃଥିବୀ

ପତ୍ରଝଡା ପରି

ଝଡିପଡେ.

ଥୁଣ୍ଟା ପାଦପରେ

ବସିରହି ଦେଖୁଥାଏ

ଅବ୍ଯକ୍ତ ପୃଥିବୀକୁ।


କଳାଘୂମର ଆକାଶେ

ଉଇଁଆସେ.

ପାହାନ୍ତି ତାରାଟା

ନିଶ୍ଚିହ୍ନ ହୋଇଯାଏ 

ଜନାଦୃତ ଆତ୍ମାଟା

ଲୀନ ହୋଇଯାଏ

ଲୁକ୍କାୟିତ ବନାନୀରେ।

ନିଷିଦ୍ଧ ଅଞ୍ଚଳରେ

ଇଲାକା ଭିତରେ।


ଜୀବନରେ ନଥିଲା ତ ତୃପ୍ତି

ପାଇଲିନି ଶାନ୍ତି

ମୃତ୍ୟୁର କୋଳରେ ବି

ଶୟନ ପରେ

ରହିଗଲି ପୁନଶ୍ଚ

ଅତୃପ୍ତର ଆଖ୍ଯା ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍