Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Children Stories Inspirational

4  

Jagannath Barik

Children Stories Inspirational

ଅତିଥି ସେବା

ଅତିଥି ସେବା

1 min
453


ଦ୍ୱୈତ ବନେ ଥିଲେ ପାଣ୍ଡବେ ଯେବେ ବନବାସରେ

ସହସା ମିଳିଲେ ଦୁର୍ବାସା ଶତ ଶିଷ୍ୟ ସଙ୍ଗରେ |


ଖାଇ ସାରି ପଞ୍ଚ ପାଣ୍ଡବେ ନେଇଥିଲେ ବିଶ୍ରାମ

ଯାଜ୍ଞସେନୀ ସାରି ମଣୋହି କରୁଥିଲେ ଆରାମ |


ଅକ୍ଷୟ ପାତ୍ରରୁ ସମସ୍ତ ଖାଦ୍ୟ ହୋଇଛି ଶେଷ

ଯେହେତୁ ଦ୍ରୌପଦୀ ଅନ୍ତିମ ବ୍ୟକ୍ତି ଭୋଜନ ଶେଷ |


ଆଦେଶିଲେ ଋଷି ହେ ଧର୍ମଶିଷ୍ୟ ଶୁଣ ମୋ କଥା 

କ୍ଷୁଧାରେ ଜଳୁଛି ଜଠର କର ଅନ୍ନ ବ୍ୟବସ୍ଥା |


ସ୍ନାନ ସାରି ଆମେ ଆସୁଛୁ ଶିଷ୍ୟଗଣ ସହିତ

ବାତଚକ୍ର ପ୍ରାୟ ଘୂରିଲା ମଥା ହେଲେ ବିଭୀତ |


ତଣ୍ଡୁଳ କି ଫଳ ମୂଳତ କିଛି ନାହିଁ କୁଟୀରେ

ଆଜିପାଇଁ ମନ୍ତ୍ରପାତ୍ରରୁ ଖାଦ୍ୟ ଆଉ ନମିଳେ |


ହତାଶେ ଦ୍ରୌପଦୀ ସ୍ମରିଲେ ତହୁଁ ନନ୍ଦ ନନ୍ଦନ

ପଡ଼ିଲା ବିପଦ ରଖ ହେ ପ୍ରଭୁ କାଳୀ ଦଳନ |


ବରାଦ ଦେଲେଣି ଦୁର୍ବାସା କରିବାକୁ ଭୋଜନ

ଏକ ଶତ ଶିଷ୍ୟ ସହିତ ସ୍ନାନ ଅର୍ଥେ ଗମନ |


ସହସା ପ୍ରବେଶି ଯାଦବ ଶଶୀ ଦେଲେ ଉତ୍ତର

ମୁହିଁ କ୍ଷୁଧାତୁର ହେ ଦେବୀ କିଛି ଦିଅ ସତ୍ୱର |


ଧୋଇ ଦେଇଛିତ ଅକ୍ଷୟ ପାତ୍ର ହେ ରଙ୍ଗାଧର

କହୁ ସେହି ପାତ୍ର ନିରେଖି ନିଜେ ସାରଙ୍ଗଧର |


ଅଣୁ ମାତ୍ର ଶାକ ପାଆନ୍ତେ କ୍ଷେପି ଦେଲେ ଗର୍ଭର

ସର୍ବ ଘଟ ଆତ୍ମା କ୍ଷୁଧାର ଦୂର ହେଉ ଏଥର |


ଋଷି ସହିତ ଶିଷ୍ୟଙ୍କର ଭରି ଗଲା ଉଦର

ଆଉକି କରିବେ ଭୋଜନ ଗଲେ ନିଜ ମାର୍ଗର |


ଏପରି ଅତିଥି ଚରଚା କଲେ ଧର୍ମ ରାଜନ

ମହା ସଂକଟରୁ ତାରିଲେ ତାଙ୍କୁ ମଧୁସୂଦନ |


ନୋହିଲେ ଦୁର୍ବାସା ଶାପରେ ହୋଇଥାନ୍ତେ ହୀନସ୍ଥା

ଯାହାକୁ ସହାୟ ଅନନ୍ତ ନିଶ୍ଚିନ୍ତ ସେ ସର୍ବଥା |



Rate this content
Log in