STORYMIRROR

JitendraNath Gahir

Others

2  

JitendraNath Gahir

Others

ଅତିପ୍ରିୟ ବହି

ଅତିପ୍ରିୟ ବହି

1 min
205


ସତରେ!

ଲ୍ୟାପଟପ କି ମୋବାଇଲ୍ ରେ

ମୁଁ କେବେ ପଢ଼ିପାରେ ନାହିିଁ

କାରଣ

ରାତିରେ ଶୋଇବା ବେଳେ

ଛାତିରେ ଧରି ମୁଁ ତାକୁ

ଶାନ୍ତିରେ

ଶୋଇ ପାରେ ନାହିଁ ।୧।

ଯଦି ଥାଏ ଛାତିରେ ମୋ

ଅତିପ୍ରିୟ ବହି

କେମିତି ଯେ ନିଦ ହୁଏ

ଜାଣି ପାରେ ନାହିଁ ।୨।

ବହି ମୋର ବନ୍ଧୁ ଟିଏ

ଅତି ଆପଣାର

ସାଥୀ ହୋଇ ରହିଥାଏ

ସୁଖର ଦୁଃଖର ।୩।

ହାତେ ଥିଲେ ବହି ଟିଏ

ଲାଗେ ନାହିଁ ଏକା

ଭୋକ ଶୋଷ ଭୁଲିଯାଏ

ଯଦି ହୁଏ ଦେଖା।୪।

ସଦଜ୍ଞାନ ସଦବୁଦ୍ଧି

ଦିଏ ମୋତେ ନିତି

ତାକୁ ଦେଖି ଏ ଜୀବନ

ଯାଉ ମୋର ବିତି

ମୋର ହେଇଯାଉ ଇତି ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍