STORYMIRROR

PRABINA KU, KHADANGA

Others

3  

PRABINA KU, KHADANGA

Others

ଅତୀତର ଜୀବନ୍ତ କ୍ଷତ

ଅତୀତର ଜୀବନ୍ତ କ୍ଷତ

1 min
245

ସୁଖ ଦୁଃଖ ଭରା ଅତୀତ

କିଛି ସ୍ମୃତି ପୃଷ୍ଠାରେ

ଜୀବନ୍ତ ମନେ ହେଉଥାନ୍ତି

ଅନ୍ଧାର ମୁଲକରେ ।


କଟାକ୍ଷ ଭାବରେ ଦେଖେ

ବର୍ତ୍ତମାନ ସମୟକୁ

ଖୁସି ଭିତରେ ଦେଇଯାଏ

ଏକ ଅଜଣା କ୍ଷତକୁ ।


ଉଲଂଘନ କରିପାରିନି କେବେ

ଅତୀତକୁ ସାକ୍ଷୀ ସଜାଇ

ପ୍ରତ୍ୟେକ ଜୀବନ ପୃଷ୍ଠାରେ

ଲେଖା ଜୀବନ କାହାଣୀ ।


ସମୟ ସହ ତାଳ ଦେଇ ଚାଲେ

କିନ୍ତୁ ଭୁଲିପାରେନି ଅତୀତ

ଭାଗ୍ୟକୁ ଆଦରି ଜୀବନକୁ ଜାବୁଡ଼ି

ଦେଖେ ପୁଣି ସପନ ।


ଅତୀତ ଏକ ଜୀବନ୍ତ କ୍ଷତ

ଧୀରେ ଧିରେ କରେ ପ୍ରହାର

ଅସହ୍ୟ ଯନ୍ତ୍ରଣା ଭିତରେ ମନେପଡେ

କ୍ଷତ ଅନେକ ଥର ।


ପୋଡ଼ା ଅତୀତ କ୍ଷତ ରକ୍ତାକ୍ତ କରେ

ବର୍ତ୍ତମାନ ବାସ୍ତବକୁ

ନିଶ୍ଚଳ ନୟନେ ଅଶ୍ରୁଜଳ ବହେ

ଦେଖି ପୁରୁଣା ଅନୁଭୂତିକୁ। 


ଆଖି ଲୁହ ପୋଛି ପୁଣି ବଞ୍ଚିବାକୁ ହୁଏ

ମିଛ ଅଭିନୟ କରି

କ୍ଷତକୁ ଘୋଡାଇ କର୍ମମୟ ଜୀବନ ଚାଲେ

ଅତୀତକୁ ଆଶ୍ରା କରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍