STORYMIRROR

Chittaranjan Nanda

Others

3  

Chittaranjan Nanda

Others

ଅତି ସର୍ବଦା ବର୍ଜନୀୟ

ଅତି ସର୍ବଦା ବର୍ଜନୀୟ

1 min
140

ଲଙ୍କେଶ ରାବଣ

ଦେଖେଇଲା ଗର୍ବେ ବଡ ପଣ 

ତାହା ତାର ବିନାଶର କାରଣ ।୧।


ହସ୍ତିନାର ଦୁର୍ଯ୍ୟୋଧନ 

ଦେଖେଇଲା ଅତୀବ ମାନ  

ବଂଶ ସହିତ ହୋଇଲା ନିଧନ ।୨।


ପିତାମହ ଭୀଷ୍ମ 

ଅତି ଅନ୍ୟାୟର ସାଥ ଦେଇଣ 

ଭୋଗିଲେ ଶରଶଯ୍ୟା ଶୟନ ।୩ । 


ଦେବତା ଶ୍ରୀକୃଷ୍ଣ 

ଅତ୍ୟଧିକ କାଦମ୍ବରୀ ସେବନ

ବଂଶ ଧ୍ୱଂସର ବନିଲେ କାରଣ।4।


ପ୍ରକୃତିର ଗୁଣ 

ଲବଣ  

ଶରୀର ପକ୍ଷେ ନିହାତି ଦରକାରି

ଅତି ଲବଣ ମୃତ୍ୟୁର ବନେ କାରଣ ।5।


ଲବଣ 

ନପଡ଼ିଲେ ବ୍ୟଞ୍ଜନେ ସ୍ବାଦହୀନ 

ଖାଇ ହୁଏନା ହେଲେ ଅଧିକ ଲବଣ ।6।


ମସଲା 

ତରକାରି ରେ ସ୍ଵାଦ ବଢାଏ 

ସ୍ୱାଦ ନରହେ ଅତି ମସଲାରେ ।7।


ଶିଶୁଟିଏ 

ବଢ଼ି ପାରେନା ବିନା ସ୍ନେହରେ

ଅତି ସ୍ନେହ ଦେଲେ ସେ ବିଗିଡେରେ ।8।


ଲେମ୍ବୁ 

ରସ ବାହାରେ ଚିପୁଡିଲେ 

ପିତା ହୁଏ ଅତି ଚିପୁଡିଲେ।9।


ଶାସନ 

ଶାନ୍ତି ପ୍ରଗତି ହୁଏ ଶାସନରେ

ଅତି ଶାସନ ପରିଣତ ହୁଏ ଅତ୍ୟାଚାରରେ ।10।


ତେଣୁ 

କଥା ଅଛି ଶାସ୍ତ୍ର ମାନଙ୍କରେ 

ଅତି ସର୍ବଦା ବର୍ଜନ କରିବାରେ ।11।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍