Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

2.0  

Prafulla Chandra Mishra

Others

ଅତି ରୁ ଇତି

ଅତି ରୁ ଇତି

1 min
1.4K



• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା ,

• ---------- -------------------- ----------

• ଅତି ହେଲେ ମତିଭ୍ରମ ହୁଏ ନୀତି ଭ୍ରଷ୍ଟ ହୋଇଯାଏ ଜନ

• ଅତି ମନ୍ଦଗତି ଭୋଗିଲା ଯେପରି ମହାମାନି ଦୁର୍ଯ୍ୟୋଧନ ।।

• ଅତି ହେଲେ ଭୀତି ମନରେ ଉଦ୍ରେକ ବିଶ୍ଵାସ ରୁହଇ ନାହିଁ

• ଅତି ଦାନେ ବଳି ଶେଷରେ ଯେପରି କାଳହେଲା ନିଜପାଇଁ ।।

• ଅତି ହେଲେ ମତି ଯତି ବି ସଂସାରେ ହୀନ ମତି କର୍ମେ ରତ

• ରାବଣ ର ଅତି ଗରବେ ଯେପରି ସୁବର୍ଣ୍ଣ ର ଲଙ୍କା ହତ ।।

• ଅତି ନୁହେଁ ହିତ ଅତୀ ଗରହିତ ଅତିରୁ ହୁଅଇ ଇତି

• ଅତି ଚିପୁଡିଲେ ଲେମ୍ବୁ ଯେଉଁ ପରି ତିକ୍ତରସ ଦେଇଥାନ୍ତି ।।

• ଅତି ଭୟଙ୍କର ଅତି ହିଁ ପ୍ରବଳ ଅତି କରେ ଯେତେକ୍ଷତି

• କହିବା ଲେଖିବା ସହଜ ନୁହଇ ଅତି ଆଣେ ମହାଭିତୀ ।।

• ଅତି ଜଳୁଥିଲେ ଦୀପ ଲିଭିଯିବ ତଇଳ ସରିବା ବେଳେ

• ଅତିବେଗେ ତାରଶିଖା ପ୍ରସାରିତ ହୋଇ ଦେଖ ଦୀପ ଜଳେ ।।

• ଶୁଣ ଶୁଣ ମନ ହୋଇ ଏକ ଧ୍ୟାନ ପ୍ରଫୁଲ୍ଲ ବଚନ ଶୁଣ

• ଅତି ଅମଣିଷ ଗୁଣ ତେଜ୍ୟାକଲେ ମିଳିଯିବେ ଭଗବାନ ।।

• ++++ +++++ ++++



Rate this content
Log in