STORYMIRROR

Rasmita Dixit

Others

3  

Rasmita Dixit

Others

ଅଥଚ ଅଳକା ସାନ୍ୟାଲ

ଅଥଚ ଅଳକା ସାନ୍ୟାଲ

1 min
306

ଅଳକା ସାନ୍ୟାଲ ଏବେ

ନିଜ ନାଁ କୁ ଟିକେ ବଦଳେଇ ଦେଇଛି ,

ହେତ, ଅଳକା ନାଁରେ କଣ ପେଟ ପୁରେ?

ନା, କମେ ତାପ

ପେଟ ଆଉ ମନର ???

ମିସ ସାନ୍ୟାଲ ପୁରା ଠିକ

ବର୍ତ୍ତମାନ ପାଇଁ ......

କୋଉ ତା ନାଁ ରେ ଅଳକା ନଈ ଉଛୁଳୁଛି !!

ନା,ଅଳକା ପୁରୀ ରେ ହଲଚଲ ଘଟୁଛି ???


ସୂର୍ଯ୍ୟ ଉଇଁଲେ ପେଟରେ ଭୋକ

ସୂର୍ଯ୍ୟ ନଇଁଲେ ଦେହରେ ଭୋକ

ଏତେ ଭୋକ ନେଇ ବଂଚିବା ସହଜ କି ?

ଫମ୍ପା ଆଦର୍ଶବାଦ ---

 ନା, ଏ ନିଆଁ କୁ ଲିଭାଇ ପାରେ

ନା, ଥଣ୍ଡା କରିବାକୁ ଜଳ ସିଞ୍ଚନ କରିପାରେ ???

ତାହେଲେ ମିସ ସାନ୍ୟାଲ ହେଇ

ଓଠରେ ଲିପଷ୍ଟିକ , ଆଖୁରେ ଲାଇନର

ଟିକେ ବେକ କଟା , ପେଟ ଦେଖା

ପୋଷାକ ପିନ୍ଧି

ଦି ଚାରିଟା କଟାକ୍ଷ ରେ

ସିଏ ଯଦି ଏ ସମାଜକୁ

ଚୋଟ ପରେ ଚୋଟ ମାରି ପାରେ !!!!!

ଅସୁବିଧା କଣ? 

ସିଏ ଯଦି ନିଜ ପ୍ରଶ୍ନର ଉତ୍ତର

ନିଜେ ଖୋଜି ପାରେ ?????


ପ୍ରଶ୍ନ ହେଉଛି ଭୋକର

ସେଇ ପ୍ରଶ୍ନ ହିଁ ଆୟୁଧ

ବଞ୍ଚିବାର ଜୀଗିଷା

ପ୍ରଲୁବ୍ଧ ପିପାସା

ପ୍ରତିଥର ଏଇ ଭୋକ ପାଖରେ

ଅଳକାର ସାଇତା ମୂଲ୍ୟବୋଧ ସବୁର ମୃତ୍ୟ ଘଟେ ,

ଅଳକାର କବର ଉପରେ

ମିସ ସାନ୍ୟାଲ ସଜ ହୁଏ

ମିଛ ହସ ପିନ୍ଧେ ମୁହଁରେ

ଦେହକୁ ଅନାବୃତ କରିଦିଏ

ସମାଜର ପ୍ରଥା ଓ ପରମ୍ପରାକୁ

ପଦଘାତ କରେ

ଅଳକା ବୋଲି ବୋକି,

ସରଳ ,ଗାଉଁଲି ଝିଅଟା

ନିଜର ନିର୍ବୋଧପଣିଆକୁ ଲୁଚାଇ ଦିଏ ,

ଅସ୍ତିତ୍ୱକୁ ଜାହିର କରିବାର ସଂଘର୍ଷ ରେ

ରୂପାନ୍ତରକୁ ଦେଖି ଖୁସି ହୁଏ

ନିଜ ପାଇଁ ବଂଚିବା ଶିଖିଯାଏ ।


ମିସ ସାନ୍ୟାଲ ନାମରେ

ହାଇହିଲ ଠକଠକ କରି

ବାଟ ଚାଲୁଥିଲା ବେଳେ

ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତର ଭୋକ

କେମିତି ,କେଉଁଠି

ମୁହଁ ଲୁଚାଇ ଦିଏ ।


ଏବଂ ହଠାତ ସହରରେ

ମିସ ସାନ୍ୟାଲ ପାଇଁ

ଭୋକମାନଙ୍କର ସଂଖ୍ୟା ବଢିଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍