ଅସୁନ୍ଦରୀ
ଅସୁନ୍ଦରୀ
ସମସ୍ତେ କୁହନ୍ତି ତୋ ରୂପ ଵିଭଶ୍ଚ
ଲାଲ ଟହଟହ ଜିହ୍ଵା ଦେଖେଇ , ଖଡ୍ଗ ହସ୍ତାରେ ତୁ ଦିଶୁ ଭୟଂକରୀ
ତୋ' ସଂହାର ତାଲିକା ଖୁବ ଲମ୍ବା, ପୂଜା ପାଉ ତୁ ନିଷ୍ଠାରେ
କ୍ଷଣିକ ଅସାବଧାନତାରେ କୁଆଡେ ବହୁ ଦଣ୍ଡ ବିଧାନ
ତୁ କଣ ସତରେ ଅସୁନ୍ଦରୀ ??ତୁ ପରା 'ମା'..ଅପରୂପା ସୁନ୍ଦରୀ ..
ସନ୍ତାନର ହସ ପାଖୁଡାରେ ମାତୃତ୍ଵ ଆଭାମୟୀ
ସନ୍ତାନ ବିନା 'ମା' ଅପୂର୍ଣ୍ଣ ବୋଲି କେତେ ମାନସିକ ତୋ ପାଖେ
ତୋ ସ୍ଥିତି ଥାଇ ବି ଆଜ଼ି ଅପହଞ୍ଚ ..
ଯଦି ପାରୁଛୁ, ସଂହାରିଦେ ଛଳନା, ଇର୍ଷା, ସ୍ୱାର୍ଥପରତାକୁ
ଜୀବନ୍ୟାସ ଦେ ମୁର୍ଚ୍ଛା ଯାଇଥିବା ମଣିଷ ପଣିଆ, ଜାତୀୟତାବୋଧକୁ
ତୁ ତ ସ୍ରଷ୍ଟା , ତୁ ବି ସୃଷ୍ଟି ..ଚେତେଇଦେ’ ତୋ ଉପସ୍ଥିତିର ଅଗମ୍ୟ ରହସ୍ୟକୁ
ଆଉ କେହି କହିବେନି ଅସୁନ୍ଦରୀ ..ତୁ ପରା 'ମା'..ଅପରୂପା ସୁନ୍ଦରୀ..
ତୋ ଆଗମନର ରୋଷଣୀରେ, ଘଣ୍ଟ ଘଣ୍ଟା କାହାଳୀ ଧ୍ୱନୀରେ ସଭିଏଁ ବ୍ୟତିବ୍ୟସ୍ତ
ଆଜ଼ିବି ତୋ' ସୃଷ୍ଟିର ବଳକା ଆୟୁଷମାନେ ଦଳିତ,ନିଷ୍ପେସିତ,ଉପେକ୍ଷିତ ..
ତୋ ଅବାହନରୁ ଆବର୍ତ୍ତମାନ ଯାଏଁ କେତେ ଶ୍ରଦ୍ଧା,ନିଷ୍ଠା, ଯତ୍ନ,ଉଲ୍ଲାସ ..ଠିକ ଯେମିତି
ମୋ ପହିଲି କୁଆଁ କୁଆଁ ଶବ୍ଦରେ ତୁ ସାଜୁ ଅନିନ୍ଦିତା..ତେବେ ଚୁପ କାହିଁକି ତୋ ଖଡ୍ଗ ଆଜ଼ି,
କାହିଁକି ହଉନୁ ରକ୍ତମୁଖା ମମତାର ସଂକ୍ରମିତ ଅପଶବ୍ଦକୁ ଚୋଟ ଦେବାରେ
ତୁ ଦଶଭୁଜା, ଦୁର୍ଗତିନାଶିନୀ , ବିଭିନ୍ନ ଅସ୍ତ୍ରରେ ସୁସଜ୍ଜିତ ..
କାଉ କଳା, କୃଷ୍ଣ କଳା, ତୁ ଅଧାକୃଷ୍ଣ ଅଧା କାଳୀ , ତୁ ବି ଶ୍ୟାମାକାଳୀ
କେଉଁ ସର୍ବନାମରେ ପୂଜିବି ଲୋ ମା..ସୁନ୍ଦରୀ ନା ଅସୁନ୍ଦରୀ ??
ସ୍ମୃତି ରଞ୍ଜନ ତ୍ରିପାଠୀ
ଜଟଣୀ, ଖୋରଧା
୯୪୩୮୩୧୫୩୮୧
